ଦିନିକିଆ ବିଶ୍ୱକପ୍ : ୧୯୭୫ ରୁ ୨୦୧୯, ଜାଣନ୍ତୁ କିଏ ଜିତିଛି କେତେ ଥର ଟ୍ରଫି...

Published By : Prameya-News7 Bureau | June 27, 2023 IST

ମୁମ୍ବାଇ ୨୭।୦୬ : ସମୟ ସରିଲା । ଆରମ୍ଭ ହେଲା କାଉଣ୍ଟଡାଉନ୍‌ । ଦିନିକିଆ ବିଶ୍ୱକପ୍‌ ୨୦୨୩କୁ ଆଉ ଶହେ ଦିନ ବାକି । ଟ୍ରଫି ହାତେଇବା ପାଇଁ ସବୁ ଟିମ୍‌ ଜୋରଦାର ଅଭ୍ୟାସରେ ବ୍ୟସ୍ତ । ତେବେ ଜାଣିଛନ୍ତି କେବେ ଆରମ୍ଭ ହୋଇଥିଲା ଦିନିକିଆ ବିଶ୍ୱକପ୍‌ । ଆଉ କେଉଁ ଟିମ୍‌ କେତେ ଥର ଜିତିଛି ଟ୍ରଫି । ଆସନ୍ତୁ ଜାଣିବା...

୧୯୭୫ରେ ଆରମ୍ଭ ହୋଇଥିଲା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିଲା ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ । ବିରୋଧୀ ଅଷ୍ଟ୍ରେଲିଆକୁ ୧୭ରନ୍‌ରେ ପରାସ୍ତ କରି ହୋଇଥିଲା ଚମ୍ପିଆନ୍‌ । ଏହାପରେ ୧୯୭୯ରେ ହୋଇଥିବା ବିଶ୍ୱକପ୍‌ର ୨ୟ  ସଂସ୍କରଣକୁ ବି ନିଜ ନାମରେ କରିଥିଲେ ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ । ଏଥର ଇଂଲଣ୍ଡ ଟିମ୍‌କୁ ୯୨ ରନ୍‌ରେ ପରାସ୍ତ କରିଥିଲା କାରବୀୟ ଟିମ୍‌ । ଲଗାତର ଭାବେ ଦୁଇଟି ବିଶ୍ୱକପ୍‌ ଜିତି କ୍ରିକେଟ୍‌ ଜଗତରେ ନିଜର ଦବ୍‌ଦବା ଜାହିର କରିଥିଲା ଓ୍ୱେଷ୍ଟଇଣ୍ଡିଜ୍‌ । ହେଲେ ଅଧିକ ଦିନ ତିଷ୍ଠି ନଥିଲା ଓ୍ୱେଷ୍ଟଇଣ୍ଡିଜ୍‌ । ୧୯୮୩ରେ ହୋଇଥିବା ବିଶ୍ୱକପ୍‌ର ତୃତୀୟ ସଂସ୍କରଣରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ୪୩ରନ୍‌ରେ ପରାସ୍ତ କରିଥିଲେ ଟିମ୍‌ ଇଣ୍ଡିଆ । ଆଉ ପ୍ରଥମ ଥର ପାଇଁ ଜିତିଥିଲା ଦିନିକିଆ ବିଶ୍ୱକପ୍‌ ।

wp:embed {"url":"https://www.prameyanews7.com/west-indies-vs-netherlands-made-history-match-tied-at-374-runs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/west-indies-vs-netherlands-made-history-match-tied-at-374-runs/
/wp:embed

ଏହାପରେ ଆସିଥିଲା ବିଶ୍ୱକପ୍‌ର ୪ର୍ଥ ସଂସ୍କରଣ । ଆଉ ଏଥିରେ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରି ପ୍ରଥମ ଥର ବିଶ୍ୱକପ୍‌ ଜିତିଥିଲା ଅଷ୍ଟ୍ରେଲିଆ ଦଳ । ୧୯୭୮ରେ ବିଶ୍ୱକପ୍‌ ଟ୍ରଫି ଜିତିବାର ସୁଯୋଗ ହାତେଇଥିଲେ କଙ୍ଗାରୁ ବାହିନୀ । ୧୯୯୨ରେ ହୋଇଥିବା ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣ । ଆଉ ଏଥିରେ ଇଂଲଣ୍ଡକୁ ୨୨ ରନ୍‌ରେ ପରାସ୍ତ କରିଥିଲା ପାକିସ୍ତାନ ।

ସେହିପରି ୧୯୯୬ରେ ହୋଇଥିଲା ବିଶ୍ୱକପ୍‌ର ଷଷ୍ଠ ସଂସ୍କରଣ । ଆଉ ଏଥିରେ ଅଷ୍ଟ୍ରେଲିଆକୁ ୭ଓ୍ୱିକେଟ୍‌ର ହରାଇ ପ୍ରଥମ ଥମ ପାଇଁ ଚମ୍ପିଆନ ହୋଇଥିଲା ଶ୍ରୀଲଙ୍କା ଦଳ । ଏହାପରେ ୧୯୯୯ରେ ଖେଳାଯାଇଥିଲା ବିଶ୍ୱକପ୍‌ର ସପ୍ତମ ସଂସ୍କରଣ । ଆଉ ଏଥିରେ ପାକିସ୍ତାନକୁ ୮ଓ୍ୱିକେଟ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ୨ୟ ଥର ପାଇଁ ହାତେଇଥିଲେ ବିଶ୍ୱକପ୍‌ ଟ୍ରଫି ।

wp:embed {"url":"https://www.prameyanews7.com/world-cup-2023-trophy-revealed-in-space-watch-video/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-trophy-revealed-in-space-watch-video/
/wp:embed

ତେବେ ୨୦୦୩ରେ ହୋଇଥଲା ବିଶ୍ୱକପ୍‌ର ଅଷ୍ଟମ ସଂସ୍କରଣ । ଆଉ ଏଥିରେ ଚମ୍ପିଆନ୍‌ ହୋଇଥିଲା କଙ୍ଗାରୁ ଟିମ୍‌ । ଭାରତୀୟ ଟିମ୍‌ ୧୨୫ରନ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ଚମ୍ପିଆନ୍‌ ହୋଇଥିଲା ଅଷ୍ଟ୍ରେଲିଆ । ଏହାପରେ ୨୦୦୭ରେ ବିଶ୍ୱକପ୍‌ର ନବମ ସଂସ୍କରଣକୁ ବି ନିଜ ନାମରେ କରିଥିଲେ ଅଷ୍ଟ୍ରେଲିଆ । ଶ୍ରୀଲଙ୍କାଙ୍କୁ ୫୩ ରନ୍‌ରେ ହରାଇ ହାତେଇଥିଲେ ବିଶ୍ୱକପ ଟ୍ରଫି । ୨୦୧୧ରେ ଖେଳାଯାଇଥିଲା ବିଶ୍ୱକପ୍‌ର ଦଶମ ସଂସ୍କରଣ । ଆଉ ଭାରତୀୟ ଟିମ୍‌ ଶ୍ରୀଲଙ୍କା ଦଳକୁ ୬ଓ୍ୱିକେଟ୍‌ ହରାଇ ୨ୟ ଥର ପାଇଁ ହାତେଇଥିଲା ଟ୍ରଫି ।

ସେହିପରି ୨୦୧୫ରେ ଖେଳାଯାଇଥିଲା ବିଶ୍ୱକପ୍‌ର ୧୧ ତମ ସଂସ୍କରଣ । ଏଥିରେ ନ୍ୟୁଜିଲାଣ୍ଡକୁ ୭ ଓ୍ୱିକେଟ୍‌ରେ ହରାଇ ପୁଣି ଥରେ ଚମ୍ପିଆନ୍‌ ହୋଇଥିଲା କଙ୍ଗାରୁ ଟିମ୍‌ । ଏହାପରେ ୨୦୧୯ରେ ଖେଳାଯାଇଥିଲା ବିଶ୍ୱକପ୍‌ର ୧୨ ତମ ସଂସ୍କରଣ । ଆଉ ଏଥିରେ ଚମ୍ପିଆନ୍‌ ହୋଇଥିଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ଦଳ ହାତେଇଥିଲେ ବିଶ୍ୱକପ୍‌ ଟ୍ରଫି ।

ଶେଷରେ ଏହି ବର୍ଷ ଖେଳାଯିବ ୨୦୨୩ ଦିନିକିଆ ବିଶ୍ୱକପ୍‌ । ଭାରତ ଏହାର ଆୟୋଜକ ଟିମ୍‌ ରହିଛି । ୧୦ଟି ଦଳ ବିଶ୍ୱକପ୍‌ରେ ଭାଗନେବାକୁ ଥିବା ବେଳେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପରି ଟିମ୍‌ ଫେବରିଟ୍‌ ରହିଛନ୍ତି । ଦେଖାଯାଉଛି କିଏ ହାତୋଉଛି ବିଶ୍ୱକପ୍‌ ୨୦୨୩ର ଟ୍ରଫି  ।

wp:embed {"url":"https://www.prameyanews7.com/odi-world-cup-2023-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odi-world-cup-2023-schedule/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.