ପ୍ରଦୂଷଣ ଚିନ୍ତା: ଦିଲ୍ଲୀ ସ୍କୁଲମାନଙ୍କରେ ଲାଗୁ ହୋଇପାରେ Odd-Even ଫର୍ମୂଲା

Published By : Prameya-News7 Bureau | November 03, 2022 IST

ନୂଆଦିଲ୍ଲୀ ୩।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ବଢୁଥିବା ପ୍ରଦୂଷଣକୁ ଦେଖି ସରକାର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପିଲାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଦିଲ୍ଲୀ ସ୍କୁଲ ମାନଙ୍କୁ ଅଡ-ଇଭିନ ଫର୍ମୂଲାରେ ଖୋଲା ଯାଇପାରେ। ରାଜ୍ୟ ସରକାର ସ୍କୁଲ, କଲେଜ, ଏଜୁକେସନାଲ ଇନିଷ୍ଟିଚ୍ୟୁସନକୁ ଅଡ-ଇଭିନ ଫର୍ମୂଲାରେ ଚଳେଇବାକୁ ନିଷ୍ପତ୍ତି ନେଇପାରନ୍ତି। ଯଦି ଏହି ଫର୍ମୂଲା ଲାଗୁ ହୁଏ ତେବେ ବିଦ୍ୟାଳୟକୁ ଅଧେ ଛାତ୍ରଙ୍କୁ ଫିଜିକାଲ କ୍ଲାସ୍ ଲାଗି ଡକାଯାଇପାରେ।

{"id":704293,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ଲାଗି ସ୍କୁଲ ବନ୍ଦ କରିବାକୁ ଦାବି କରିଥିଲେ। ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ବାୟୁ ଗୁଣବତ୍ତାରେ ସୁଧାର ଆସିବା ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଦାବି କରିଥିଲେ। ଏହାର ଜବାବରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବଢୁଥିବା ପ୍ରଦୂଷଣରେ ସିଏକ୍ୟୁଏମ ଏ ସବୁର ମନିଟରିଂ କରୁଥିବା କହିଥିଲେ। ଏଥିରେ ୩ ଦିନର ଆଡଭାନ୍ସ ମନିଟରିଂ କରାଯାଉଥିବା ସେ କହିଥିଲେ।

{"id":704295,"width":842,"height":473,"sizeSlug":"full","linkDestination":"none"}

ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ (ଏଆଇକ୍ୟୁ) ୪୫୦ରୁ ଉପରକୁ ଗଲା ତେବେ ଜିଆରଏପି ୪ ଅନୁସାରେ ସ୍କୁଲ ସବୁ ବନ୍ଦ ହୋଇଯିବେ। ତେବେ ଇତିମଧ୍ୟରେ ଜାତୀୟ ରାଜଧାନୀର ଏଆଇକ୍ୟୁ ୫୦୦ ଉପରେ ପହଞ୍ଚିଯାଇଛି। ଏଥିରେ କେତେକ ସ୍ଥାନର ଏଆଇକ୍ୟୁ ୭୫୦ରେ ପହଞ୍ଚିଥିବା ଦେଖାଯାଇଛି। ଏଣୁ ଦିଲ୍ଲୀ ଓ ଏନସିଆରରେ ଗତ କିଛିଦିନ ହେଲା ଲୋକେ କାନ,ନାକ ଓ ଗଳାରେ ସଂକ୍ରମଣ ଅନୁଭବ କରୁଛନ୍ତି। ଏଥିରେ ବିଶେଷଜ୍ଞମାନେ ଆଗାମୀ ଦିନରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦ ଆହୁରି ବଢିପାରେ ବୋଲି କହିଛନ୍ତି। ନଭେମ୍ବର ୧୫ପୂର୍ବରୁ ଏଥିରୁ ରିହାତି ମିଳିବା ଅସମ୍ଭବ ବୋଲି ସେମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.