ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ୍ତ: ଲାଗୁ​‌ ହେଲା ଅଡ୍‌-ଇଭିନ୍‌ ଫର୍ମୂଲା

Published By : Prameya-News7 Bureau | November 06, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ରୂପ ନେଇଛି ପ୍ରଦୂଷଣ। ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ପ୍ରଦୂଷଣ ସ୍ତରରେ ସୁଧାର ହୋଇନାହିଁ। ଆଉ ପ୍ରଦୂଷଣ କମ୍ କରିବା ଦିଗରେ ଏବେ ପୁଣି ଦିଲ୍ଲୀରେ ଅଡ୍‌ ଇଭିନ୍‌ ଫର୍ମୂଲା ଲାଗୁ କରାଯାଇଛି।

ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏହି ନିୟମ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ

ଅଡ୍‌ ଅର୍ଥାତ୍‌ ଅଯୁଗ୍ମ ଦିନରେ ସେହି ଗାଡ଼ିକୁ ଚାଲିବାକୁ ଅନୁମତି ମିଳିବ ଯେଉଁ ଗାଡ଼ିର ନମ୍ବର ଶେଷରେ ୧,୩,୫,୭ ଏବଂ ୯ ରହିଥାଏ। ସେହିଭଳି ଇଭିନ୍‌ ଅର୍ଥାତ୍‌ ଯୁଗ୍ନ ତାରିଖରେ ସେହି ଗାଡ଼ିକୁ ଅନୁମତି ମିଳିବ ଯେଉଁ ଗାଡ଼ିର ନମ୍ବର ପ୍ଲେଟରେ ଶେଷ ନମ୍ବର ୦,୨,୪,୬,୮ ରହିଛି।

ଗୋପାଳ ରାୟ ଦିପାବଳୀ ସମୟରେ ପ୍ରଦୂଷଣ କମ୍ କରିବା ପାଇଁ ୟୁପି ଏବଂ ହରିୟାଣା ବିଜେପି ସରକାରଙ୍କୁ ବାଣ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ‘ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ ଲାଗାଯାଇଛି ଏହା ପରେବି ଅନେକ ସ୍ଥାନରେ ବାଣ ଫୁଟାଯାଇଛି। ଏଥିପାଇଁ ପୋଲିସ୍‌ ଟିମ୍‌ଙ୍କୁ ସତର୍କ କରାଯାଇଛି। ସ୍କୁଲରେ ୧୦ମ ଏବଂ ଦ୍ବାଦଶ ଶ୍ରେଣୀକୁ ଛାଡ଼ି ଅନ୍ୟ ସବୁ ଶ୍ରେଣୀ ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ନଭେମ୍ଵର ୧୦ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.