୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ

Published By : Prameya-News7 Bureau | December 07, 2022 IST

କଟକ ୦୭।୧୨ : ଘୋଷଣା ହେଲା ଓଡିଶା ରଣଜୀ ଟିମ। ୧୭ ଜଣିଆ ଟିମ ଘୋଷଣା କଲା ଓସିଏ। ଶୁଭ୍ରାଂଶୁ ସେନାପତି ଟିମ ଓଡିଶାର ଅଧିନାୟକ ଦାୟିତ୍ୱ । ଟିମରେ ୪ ନୂଆ ମୁହଁ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ଆଗାମୀ ରଣଜୀ ସିଜିନ ପାଇଁ ପ୍ରଥମ ପର୍ଯ୍ୟାୟର ଟିମ ଘୋଷଣା କରିଛି ଓସିଏ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଏଥର ଟିମ ମୈଦାନକୁ ଓହ୍ଲାଇବ । ଆଜି ଅନୁଷ୍ଠାନିକ ଭାବେ ୧୭ ଜଣିଆ ଟିମ ଘୋଷଣା କରାଯାଇଛି । ଟିମରେ ବିପ୍ଳବ ସାମନ୍ତରାୟ, ବସନ୍ତ ମହାନ୍ତି, ଗୋବିନ୍ଦ ପୋଦ୍ଦାରଙ୍କ ଭଳି ଅଭିଜ୍ଞ ଖେଳାଳି ମାନେ ଟିମରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ସ୍ୱସ୍ତିକ ସାମଲ, କାର୍ତ୍ତିକ ବିଶ୍ୱାଳ, ସୌରଭ କାନୋଜିଆ ଏବଂ ତାରିଣୀ ସାଙ୍କ ଭଳି ନୂଆ ପ୍ରତିଭା ମାନଙ୍କୁ ଚଳିତ ସିଜିନ ପାଇଁ ଚୟନ କରିଛି ଓସିଏ । ଆସନ୍ତା ୧୩ ତାରିଖରେ ବରୋଦା ସହିତ ପ୍ରଥମ ମ୍ୟାଚ ଏବଂ ୨୦ ତାରିଖରେ ଉତ୍ତରାଖଣ୍ଡକୁ ଭେଟିବ ଟିମ ଓଡିଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.