ଜଟିଳ ହେବାରେ ଲାଗିଛି ଓସିଏ ଆଫିଲିଏସନ୍ ବିବାଦ : ସୁପ୍ରିମକୋର୍ଟ ଦେଇଥିବା ଗାଇଡଲାଇନ ହୋଇଛି ଢାଲ

Published By : Prameya-News7 Bureau | November 04, 2018 IST

କଟକ୪|୧୧: ଓସିଏ ଆଫିଲିଏସନ୍ ବିବାଦ ଏବେ ଆହୁରି ଜଟିଳ ହେବାରେ ଲାଗିଛି । ଓସିଏର ନୂଆ ସମ୍ବିଧାନ ଅନୁାସରେ ଆଫିଲିଏସନ୍ ହରାଇଥିବା କ୍ଲବ୍, ସ୍କୁଲ୍ ଓ କଲେଜ୍ ସଦସ୍ୟ ମାନେ ଆଜି କଟକର ଏକ ହୋଟେଲ୍ ରେ ଓସିଏ କାଉନସିଲ୍ ବୈଠକ ଡାକିଥିଲେ । ବାଦ ପଡିଥିବା ସଦସ୍ୟମାନଙ୍କ ଦାବି ସେମାନେ ଏବେବି ଓସିଏରେ ସଦସ୍ୟ ଅଛନ୍ତି ଓ ନିୟମ ଅନୁସାରେ ୨୫ ଜଣ ସଦସ୍ୟ ଏକାଠି ହେଲେ କାଉନସିଲ୍ ବୈଠକ ଡାକିପାରିବେ । ଓଲଟା ସେମାନେ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେପଟେ  ପରିଚାଳନା କମିଟି ଅଧ୍ୟକ୍ଷ କହିଛନ୍ତି ସୁପ୍ରିମକୋର୍ଟଙ୍କ  ନୂଆ ବାଇଲ ପରେ ଓସିଏର ପୁରୁଣା କାଉଲସିଲ ଓ ଜେନରାଲ ବଡି କିଛି ନାହିଁ । ଯାହା ହୋଇଛି କୋର୍ଟଙ୍କ ନିର୍ଦେଶ ଅନୁସାରେ । ବଢୁଛି ଓସିଏ ଆଫିଲିଏସନ୍ ବିବାଦ । ଓସିଏର ନୂଆ ବାଇଲ ଅନୁସାରେ କ୍ଲବ୍, ସ୍କୁଲ୍ ଓ କଲେଜ୍ ଗୁଡିକର ଆଫିଲିଏସନ୍ କାଟି ଦେବାପରେ ଓଡିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ଆଫିଲିଏସନ୍ ବିବାଦ ଏବେ ନୂଆ ମୋଡ ନେଇଛି ।  ଏବେ କେବଳ ୩୦ ଟି ଜିଲ୍ଲା ସହ ଭୁନେଶ୍ୱର,  ୬ଟି ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ଓସିଏ ସହ ଅନୁବନ୍ଧିତ ବା ଆଫିଲିଏଟେଡ୍ ସଙ୍ଗଠନ ହିସାବରେ ଗ୍ରହଣ କରିଛନ୍ତି । ହେଲେ ଏଭଳି ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ବାଦ ପଡିଥିବା ସଦସ୍ୟ ମାନେ ଏକାଠି ହୋଇଛନ୍ତି । କ୍ଲବ୍, ସ୍କୁଲ ଓ କଲେଜ୍ ର ସଦସ୍ୟ ମାନେ ଓସିଏ କାଉନସିଲ୍ ବୈଠକ ଆୟୋଜନ କରିଥିଲେ । ବାଦ ପଡିଥିବା ସଦସ୍ୟ ମାନଙ୍କ ଯୁକ୍ତି ନୂଆ ସମ୍ବିଧାନ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ସେମାନେ ପୁରୁଣା ସମ୍ବିଧାନର ସଦସ୍ୟ ଅଛନ୍ତି । ଓଲଟା ସେମାନେ  କାଉନସିଲ୍ ବୈଠକରେ ଓସିଏ ପରିଚାଳନା କମିଟି ମୁଖ୍ୟ ଧିରେନ୍ ପଲେଇଙ୍କ ସହ ଓସିଏ ପରିଚାଳନା କମିଟିରେ ଥିବା ଅନ୍ୟ ପାଞ୍ଚ ଜଣ ସଦସ୍ୟଙ୍କୁ ମଧ୍ୟ ବହିଷ୍କାର କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ସେପଟେ ଓସିଏରୁ ବାଦ ପଡିଥିବା ସଦସ୍ୟଙ୍କ ବୈଠକ ଜେନରାଲ ବଡି କି କାଉନସିଲର ବୈଠକ ନୁହେଁ ବୋଲି ଓସିଏର ପରିଚାଳନା କମିଟି ମୁଖ୍ୟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ନୂଆ ବାଇ ଲ ଅନୁସାରେ ସୋସିଆଲ କ୍ଲବ ଗୁଡିକୁ ସଦସ୍ୟତାରୁ ବାଦ ଦିଆଯାଇଛି । ଯେଉଁ ସଂଗଠନ ଗୁଡିକ କ୍ରିକେଟ ସହ ଜଡିତ ନୁହଁନ୍ତି ସେମାନଙ୍କୁ ସଦସ୍ୟ ଭାବେ ରଖାଯାଇପାରିବ ନାହିଁ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି । ତେଣୁ ସଦସ୍ୟତାରୁ ବାଦ ଦେବରେ କିଛି ବେଆଇନ ହୋଇନି କି ସେମାନଙ୍କ ବୈଠକ ଡାକି କାହାକୁ ବହିଷ୍କାର କରିବା ଅଧିକାର ନାହିଁ । ଅନ୍ୟ ଏକ ଘଟଣାକ୍ରମରେ ଯେଉଁ କ୍ଲବ୍ ,ସ୍କୁଲ ଓ କଲେଜ୍ ଗୁଡିକର ଆଫିଲିଏସନ୍ ଓସିଏ ପକ୍ଷରୁ କାଟି ଦିଆଯାଇଛି, ସେମାନଙ୍କୁ ପୁଣି ଥରେ ଅନୁବନ୍ଧିତ କରିବା ପାଇଁ ବିଚାର କରିବା କୁ ବିସିସିଆଇ ଓସିଏ କୁ ଚିଠି ଲେଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.