ହ୍ବାଟସ୍ ଆପ୍ ଗ୍ରୁପ୍ରେ ଚାଲିଥିଲା ଅନଲାଇନ୍ କ୍ଲାସ୍, ଅଶ୍ଳୀଳ ମେସେଜ୍ ଏବଂ ଫଟୋ ପୋଷ୍ଟ କଲେ ଛାତ୍ର, ତାପରେ…
9/05/2020 at 9:35 AM

ଆଜମଗଡ ୯।୫: ଲକ୍ ଡାଉନରେ ବିଦ୍ୟାଳୟଗୁଡିକ ବନ୍ଦ ରହିଛି । ତେଣୁ ଦ୍ବାଦଶ ଶ୍ରେଣୀର ଛାତ୍ରମାନେ ଅନଲାଇନ୍ ରେ ପାଠ ପଢୁଛନ୍ତି । କିନ୍ତୁ ଜଣେ ଛାତ୍ର ଏଥିରେ ଅଶ୍ଳୀଳ ଫଟୋ ପୋଷ୍ଟ କରିଛନ୍ତି । ଛାତ୍ର ଜଣଙ୍କ ଅନଲାଇନ୍ କ୍ଲାସରେ ସକ୍ରିୟ ହୋଇ ଗ୍ରୁପରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବାକୁ ଆରମ୍ଭ କରିଥିଲେ । ଅଶ୍ଳୀଳ କଥା ହେବାକୁ ଆରମ୍ଭ କରିଥିଲେ । ହ୍ବାଟସ ଆପ୍ ଗ୍ରୁପ୍ ରେ ଏଭଳି ପୋଷ୍ଟ ଦେଖି ଛାତ୍ରମାନେ ଗ୍ରୁପ୍ ଛାଡିବା ଆରମ୍ଭ କରିଥିଲେ । ଏଭଳି ଘଟଣା ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାର।

ଆଜମଗଡର ଏକ ଘରୋଇ ବିଦ୍ୟାଳୟରେ ଅନଲାଇନ୍ ରେ ପାଠପଢା ଚାଲିଛି । ଯେଉଁଠାରେ ବିଦ୍ୟାଳୟର ହ୍ବାଟସ ଆପ୍ ଗ୍ରୁପର ଜଣେ ଛାତ୍ର ଅଶ୍ଳୀଳ ଫଟୋ ଏବଂ ଅଶ୍ଳୀଳ ମେସେଜ ପୋଷ୍ଟ କରିଥିଲେ। ଏହାଦେଖି ଶିକ୍ଷକ ଓ ଅଭିଭାବକମାନଙ୍କ ହୋସ୍ ଉଡିଯାଇଥିଲା । ତୁରନ୍ତ ପ୍ରିନ୍ସିପାଲ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନେକ ଅଭିଭାବକ ସଙ୍ଗେ ସଙ୍ଗେ ନିଜ ପିଲାମାନଙ୍କୁ ଗ୍ରୁପରୁ ବାହାର କରିଦେଇଥିଲେ । ପୋଲିସର ତଦନ୍ତରୁ ଜଣାପଡିଛି ଯେ, ଏହି ବିଦ୍ୟାଳୟର ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କ ନାମ ଏବଂ ଫଟୋ ସହିତ ହ୍ବାଟସ ଆପ୍ ଗ୍ରୁପ୍ ରେ ସାମିଲ୍ ହୋଇଥିଲେ। ତାପରେ ସେ ପାଠ ପଢା ପାଇଁ କରାଯାଇଥିବା ଗ୍ରୁପରେ ଅଶ୍ଳୀଳ ପୋଷ୍ଟ ଏବଂ ଅଶ୍ଳୀଳ ମେସେଜ ପୋଷ୍ଟ କରିବାକୁ ଆରମ୍ଭ କରିଥିଲେ ।

ଏହାକୁ ଦେଖି ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହୋସ୍ ଉଡିଯାଇଥିଲା। ତାପରେ ସ୍କୁଲ ପ୍ରିନ୍ସିପାଲ ଆଜମଗଡ ଏସପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଆଜମଗଡ ଜିଲ୍ଲାର କୋତୱାଲି ଅଞ୍ଚଳରେ ଥିବା ସ୍କୁଲରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ ପାଇଁ ଏକ ହ୍ବାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା । ଏହି ଗ୍ରୁପରେ ଲକ୍ ଡାଉନ୍ କାରଣରୁ ଅନଲାଇନ୍ କ୍ଲାସ୍ ନିାଯାଉଥିଲା । କିନ୍ତୁ କିଛି ଛାତ୍ରଙ୍କ ଏପରି କାର୍ଯ୍ୟକଳାପ ନିଶ୍ଚିତ ଭାବରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ମାମଲା ରୁଜୁ କରିଛି। ଏଭଳି ଅଶ୍ଳୀଳ ପୋଷ୍ଟ କରିଥିବା ଛାତ୍ରଙ୍କୁ ପୋଲିସ ଚିହ୍ନଟ କରିଛି । ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ।