ପୁଲଓ୍ବାମା ଆକ୍ରମଣ ସମ୍ବନ୍ଧରେ ସୋଶିଆଲ ମିଡିଆରେ ଆପତ୍ତିଜନକ ସ୍ଲୋଗାନ୍ ଦେଇ ବହୁ ଯୁବକ ଗିରଫ : କେସ୍ ରୁଜୁ

Published By : Prameya-News7 Bureau | February 17, 2019 IST

ଲକ୍ଷ୍ନୌ ୧୭/୨: ଜାମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସୋଶିଆଲ ମିଡିଆରେ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ଉତ୍ତରପ୍ରଦେଶରେ ଶନିବାର ଦିନ ବହୁ ଲୋକଙ୍କୁ ଗିରଫ କରାଯାଇଛି। ରାଜଧାନୀ  ଲକ୍ଷ୍ନୌରେ ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ପୋଲିସ୍ ଗିରଫ କରିଛି। ମଉ,ସିଦ୍ଧାର୍ଥନଗର ଏବଂ ବଲିୟାରେ ମଧ୍ୟ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ବସ୍ତିରେ ଛାତ୍ରଛାତ୍ରୀଙ୍କୁ ଦେଶବିରୋଧୀ ସ୍ଲୋଗାନ୍ ଦେବାକୁ ଚାପ ପକାଇବା ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି।

{"id":85971,"width":597,"height":450}

  ଲକ୍ଷ୍ନୌର ହୁସେନଗଞ୍ଜ ଥାନା ମୁଖ୍ୟ କହିଛନ୍ତି ଯେ ଶ୍ରୀ ଜୟନାରାୟଣ ସ୍ନାତକୋତ୍ତର ମହାବିଦ୍ୟାଳୟର ଛାତ୍ର ହେଉଛି ରଜବ ଖାନ୍ । ରଜବଙ୍କୁ ପୋଲିସ କୃଷ୍ଣନଗର ଅଞ୍ଚଳରୁ ଗିରଫ କରିଛି। ରଜବ ପୁଲଓ୍ବାମା ଆକ୍ରମଣ ସମ୍ବନ୍ଧରେ ସୋଶିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା। ଏହି ଛାତ୍ରଙ୍କୁ କଲେଜରୁ ମଧ୍ୟ ବହିଷ୍କୃତ କରାଯାଇଛି ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

{"id":85960,"width":597,"height":367}

ମଉରେ ମୋହମ୍ମଦ ଓସାମା ନାମକ ଯୁବକଙ୍କୁ ସୋଶିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଗିରଫ କରାଯାଇଛି। ମଉ ପୋଲିସ ଟ୍ବିଟ୍ କରି କହିଛି ଯେ ଦକ୍ଷିଣଟୋଲା ଥାନାକ୍ଷେତ୍ରର ମଦନପୁରା ବାସିନ୍ଦା ମୋହମ୍ମଦ ଓସାମା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ସୋଶିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲା।

{"id":85962,"width":595,"height":396}

ସିଦ୍ଧାର୍ଥନଗର ଜିଲ୍ଲାରେ ପାକିସ୍ତାନ ସମର୍ଥକ ସ୍ଳୋଗାନ ଦେବା ପାଇଁ ଏବଂ ଫେସବୁକରେ ଏହାକୁ ପୋଷ୍ଟ୍ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବାନସୀ ଥାନାର ସବ୍-ଇନସପେକ୍ଟର କହିଛନ୍ତି ସିଆରପିଏଫ ଯବାନଙ୍କ ପ୍ରାଣାହୁତି ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ସଭାର ଆୟୋଜନ କରାଯାଇଥିଲା। ସେଠାରେ ମୋହମ୍ମଦ ତୈାଫିକ ନାମକ ଯୁବକ ପାକିସ୍ତାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ। ଏଭଳି ସ୍ଲୋଗନ ଦେବାରୁ ତାକୁ ଯେତେବେଳେ ରୋକାଯାଇଥିଲା ସେ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲା। ପରେ ସେ ଏହି ଟିପ୍ପଣୀ ସୋଶିଆଲ ମିଡିଆରେ ଦେଇଥିଲା।

{"id":85965,"width":595,"height":334}

ନିଜକୁ ସମାଜବାଦୀ ପାର୍ଟିର ସମର୍ଥକ କହୁଥିବା ବଲିୟାର ଜଣେ ଯୁବକ ବିରୋଧରେ ସୋଶିଆଲ ନେଟଓ୍ବର୍କିଙ୍ଗ୍ ସାଇଟ୍ ଫେସବୁକରେ ଫିଦାୟିନ୍ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ସମର୍ଥନ କରିବା ଅଭିଯୋଗରେ ମୋକଦ୍ଦମା ରୁଜୁ କରି ଗିରଫ କରାଯାଇଛି।

{"id":85967,"width":597,"height":336}

ଶାହଜାହାନପୁର ଜିଲ୍ଲାରେ  ଜଣେ ଯୁବକ ସୋଶିଆଲ ମିଡିଆରେ ଦେଶ ବିରୋଧୀ ସ୍ଲୋଗାନ ଦେବା ସହ ଜାତୀୟ ପତାକାକୁ ନିଆଁରେ ଦେଖାଇବାର ଏକ ଫଟୋ ପୋଷ୍ଟ କରିଥିଲା। ଏହା ପରେ ପୋଲିସ ଯୁବକ ବିରୋଧରେ ମାମଲା ରୁଜୁ କରିଛି।

{"id":85970,"width":596,"height":447}

ଫେସବୁକରେ ମୋହମ୍ମଦ ଫରହାନ ଖାନ୍ ନାମକ ଜଣେ ଯୁବକ ଦେଶବିରୋଧୀ ସ୍ଲୋଗାନ ଲେଖିଥିଲା। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ତାକୁ ଖୋଜା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.