ଓବିସି ବିଲ୍‌- ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ୨୦୨୦ ଗୃହରେ ପାରିତ

Published By : Prameya-News7 Bureau | February 17, 2020 IST

ଭୁବନେଶ୍ୱର ୧୭।୦୨ - ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ପଛୁଆ ବର୍ଗ ଚିହ୍ନଟ କରିବେ। ଏନେଇ ଅଲଗା ଜନଗଣନା ହେବ। ଏ ସଂକ୍ରାନ୍ତୀୟ ବିଲ ବିଧାନସଭା ରେ ପାରିତ ହୋଇଛି। ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ ୨୦୨୦ଗୃହରେ ପାରିତ ହୋଇଛି। ଏଥି ସହିତ ଏକ ସଂକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଗତ କରିଥିଲେ। ୧୯୩୧ମସିହାରୁ ପଛୁଆ ବର୍ଗ ଜନାଗଣନା ହୋଇ ନାହିଁ। ଏବେ ଯେଉଁ ତଥ୍ୟ ଅଛିବ ତାହା ୯୦ ବର୍ଷ ପୁରୁଣା।

ପଛୁଆ ବର୍ଗ ପାଇଁ କୌଣସି ତଥ୍ୟ ନାହିଁ। ୧୦୦ ବର୍ଷର ତଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରି ହେବ ନାହିଁ। ମିଡ଼ିଆ ରିପୋର୍ଟରେ ରାଜନାଥ ସିଂ କହିଥିଲେ ପଛୁଆ ବର୍ଗ ଗଣନା କରାଯିବ। ହେଲେ କେନ୍ଦ୍ର ସରକାର ସାମିଲ କଲେ ନାହିଁ। ଏନେଇ କେନ୍ଦ୍ରକୁ ଅବଗତ କରିଥିଲୁ। ଆମ ସାଂସଦ ଏହା ସଂସଦରେ ଉଠାଇଥିଲେ। ନିକଟରେ ରାଜ୍ୟ ସରକାର ଏକ କମିଶନ ଗଠନ କରିଥିଲେ। ଓଡିଶା ସରକାର ଚିହ୍ନଟ କରିବେ। ସଂକଳ୍ପ   ପାରିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟଙ୍କୁ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.