ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି, ସଂଖ୍ୟା ୨୪କୁ ବୃଦ୍ଧି

Published By : Prameya-News7 Bureau | August 13, 2022 IST

କଟକ, ୧୩/୦୮: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି । ନୂଆ ବିଚାରପତି ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଦୁଇ ନୂଆ ବିଚରପତିଙ୍କ ଶପଥ ପାଠ କରାଇଛନ୍ତି । ତେବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ସୂଚନା ଥାଉକି ଦୁଇ ନୂଆ ବିଚରପତିଙ୍କୁ ଗତକାଲି ନିଯୁକ୍ତି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦୁଇ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରୁ ଜଣାଯାଇଥିଲା ।

ପୂର୍ବରୁ ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା । ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଥିଲା । ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଥିଲା କଲେଜିୟମ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.