OAS ସ୍ତରରେ ଅଦଳବଦଳ, କୈଳାସ ଚନ୍ଦ୍ର ନାୟକଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ

Published By : Prameya-News7 Bureau | August 11, 2022 IST

ଭୁବନେଶ୍ୱର ୧୧।୦୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଛୋଟ ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । କୈଳାସ ଚନ୍ଦ୍ର ନାୟକଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ନିଯୁକ୍ତ କରାଯାଇଛି । ଏହାସହ ସେ ଶ୍ରୀ ନାୟକ ଜଗନ୍ନାଥ ମନ୍ଦିର ସୁରକ୍ଷା ପରିକ୍ରମା ଉନ୍ନତିକରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱ ବି ତୁଲାଇବେ ।

ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାରଙ୍କୁ ମୟୂରଭଞ୍ଜ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ବଦଳି କରାଯାଇଛି । ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଏଡିଏମ (ପ୍ରୋଟୋକଲ) ଦାୟିତ୍ୱ ଦିଆଯାଇଛି । ଶୁଭେନ୍ଦୁ କୁମାର ସାମଲଙ୍କୁ ରାଜ୍ୟ ଶିକ୍ଷକ ଶିକ୍ଷା ତଥା ଶିକ୍ଷା ଓ ଗବେଷଣା ତାଲିମ ପରିଷଦ (ଟିଇ ଏବଂ ଏସସିଇଆରଟି)ର ପ୍ରଶାସନିକ ଅଧିକାରୀ ପଦବିକୁ ପଠାଯାଇଛି । ସେ ବରଗଡ଼ ଉପଜିଲ୍ଲାପାଳ ଥିଲେ । ସୁନ୍ଦରଗଡ଼ର ଉପଜିଲ୍ଲାପାଳ ଥିବା ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ଡିଆର୍‌ଡିଏର ପିଡି ଭାବେ ବଦଳି କରାଯାଇଛି । ତନ୍ମୟ କୁମାର ଦରୱାନଙ୍କୁ ଢେଙ୍କାନାଳ ଡିଆର୍‌ଡିଏର ପିଡି ନିଯୁକ୍ତ କରାଯାଇଛି । ସେ ସମ୍ବଲପୁରରେ ଡିଆର୍‌ଡିଏ ଅତିରିକ୍ତ ପିଡି (ପ୍ରଶାସନିକ) ପଦବିରେ କାର୍ଯ୍ୟ କରୁଥିଲେ । ଏହି ବଦଳି ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.