ଭଦ୍ରକ ୦୭/୧୦: ପ୍ରଥମ ଥର ଓଏଏସ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ଭଦ୍ରକର ଝିଅ। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୭ତମ ସ୍ଥାନ ଅଧିକାର କରି ସଫଳ ହୋଇଛନ୍ତି ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ। ଭଦ୍ରକ ସହରର ବ୍ୟବସାୟୀ ସତ୍ୟ ନାରାୟଣ ଖୁଣ୍ଟିଆ ଓ ଗୃହିଣୀ ସବିତା ଖୁଣ୍ଟିଆଙ୍କ ଝିଅ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ। ଓଡ଼ିଶା ପ୍ରାଶାସନିକ ସେବା ପ୍ରବେଶିକା ପରୀକ୍ଷାରେ ସେ ୯୭ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଭଦ୍ରକର ଗୌରବ ବଢ଼ାଇଛନ୍ତି।
ସେ କୃଷି ବିଭାଗରେ ସ୍ନାତକ ପଢ଼ିବା ପରେ ପରେ ଓଡିଶା ପ୍ରଶାସନିକ ସେବା ପାଇଁ ମନ ବଳାଇଥିଲେ। ପରେ ପ୍ରଥମ ଥର ପରୀକ୍ଷା ଦେଇ ସେ ୯୭ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶୁଭାଙ୍ଗୀ ଲୋକଙ୍କ ସେବା ସହ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ଅନ୍ୟପଟେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରିଲିମିନାରି ପରୀକ୍ଷାରେ ପାସ କରିଛନ୍ତି। ଶୁଭାଙ୍ଗୀ ଏହି ସଫଳତାର ଶ୍ରେୟ ତାଙ୍କ ବାପା-ମା’ ପରିବାରକୁ ଦେଇଛନ୍ତି।