scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣା, ଦୃଢ ନିନ୍ଦା କଲା ଓଏଏସ ସଂଘ, ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

19/08/2023 at 10:30 PM

ଭୁବନେଶ୍ଵର: ଫାଇଭ୍-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘ । ସଂଘ କହିଛନ୍ତି ସରକାରୀ କର୍ମଚାରୀ ହେଉଛନ୍ତି ଶାସନ ପ୍ରକ୍ରିୟାର ଅବିଛେଦ୍ୟ ଅଙ୍ଗ । ଲୋକଙ୍କ ପାଇଁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ପରିଚାଳନା ଏବଂ ସଫଳ ରୂପାୟନ ପାଇଁ ସେମାନେ ସଦା ସର୍ବଦା ଲୋକଙ୍କ ନିକଟକୁ ଯାଇଥାନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁଦ୍ଧପୂତ ମନରେ ଏବଂ ଅଙ୍ଗିକାର ବଦ୍ଧତାର ସହ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ରୂପରେଖ ଦେବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ କାଳିମାଡ଼ ଘଟଣାକୁ ଓଡ଼ିଶା ପ୍ରଶାସନିକ ସେବା ସଂଘ ଦୃଢ଼ ନିନ୍ଦା କରୁଛି । ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବାକୁ ଦାବି କରିଛି ସଂଘ ।

ସୂଚନାଯୋଗ୍ୟ, ଆଜି ପୁରୀ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ 5T ସଚିବଙ୍କ କାର୍ଯ୍ୟକ୍ରମ ରହିଥିଲା କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ । ସତ୍ୟବାଦୀ ୟୁଜିଏସ୍‌ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ 5T ସଚିବ । ଏହି ସମୟରେ ଭାସ୍କର ସାହୁ ହଠାତ୍‌ ପଶି ଆସି ବୋତଲରେ ଆଣିଥିବା କାଳିକୁ 5T ସଚିବଙ୍କ ଉପରକୁ ଫିଙ୍କି ଦେଇଥିଲା । 5T ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ ଏବଂ ସେଠାରେ ଉପସ୍ଥିତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ମଧ୍ୟ କାଳି ପଡ଼ିଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଥିଲା

ଅଧିକ ପଢନ୍ତୁ- ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼, ଅଭିଯୁକ୍ତ ଯୁବକ ଗିରଫ

   Related Posts