ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପାକିସ୍ତାନ ପାଇଁ ଅଡୁଆ ବଢାଇଲା ଜାଡେଜାଙ୍କ ବ୍ୟାଟିଂ କ୍ରମ, ଧରାଶାୟୀ ହୋଇଗଲା ବାବରଙ୍କ ଟିମ୍

30/08/2022 at 12:31 PM

ଦୁବାଇ ୩୦/୦୮: ଚଳିତ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ରହିଥିଲା । ୧୪୭ ରନ୍‌ କରି ଅଲ୍‌ ଆଉଟ୍‌ ହେବା ସତ୍ତେ୍ୱ ପାକିସ୍ତାନ ବୋଲରମାନେ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲେ । ଭାରତର ତାରକା ବ୍ୟାଟରମାନଙ୍କୁ ସହଳ ପାଭିଲିୟନ ପଠାଇବାରେ ସଫଳ ହୋଇଥିଲେ ପାକ୍‌ ବୋଲର । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଟାଣି ନେଇଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ ବିଜୟୀ କରାଇଥିଲେ ।

ଏହି ମ୍ୟାଚ୍‌ରେ ପାକିସ୍ତାନ ପରାଜୟର ଅସଲ କାରଣ ରହିଥିଲା ଭାରତର ଚତୁର ରଣନୀତି । ବହୁ କ୍ରିକେଟ୍‌ ପଣ୍ଡିତଙ୍କ ମତରେ ଭାରତ ରବିନ୍ଦ୍ର ଜାଡେଜାଙ୍କୁ ଆଗୁଆ ବ୍ୟାଟିଂ ପଠାଇ ପାକିସ୍ତାନ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା । ଦକ୍ଷିଣ ଆଫ୍ରିକାର ପୂର୍ବତନ କୋଚ୍‌ ମିକି ଆର୍ଥରଙ୍କ ମତରେ ଭାରତର ମାୟା ଜାଲରେ ଫଶି ଯାଇଥିଲା ପାକିସ୍ତାନ । ରବିନ୍ଦ୍ର ଜାଡେଜାଙ୍କୁ ଭାରତ ଆଗୁଆ ବ୍ୟାଟିଂ ପଠାଇବା ଫଳରେ ପାକିସ୍ତାନ ବାଧ୍ୟ ହୋଇ ବାମ ହାତି ସ୍ପିନର ମହମ୍ମଦ ନୱାଜଙ୍କୁ ବୋଲିଂରୁ ବିରତ ରଖିଥିଲା । ୧୯ ଓଭର ବେଳକୁ ପାକିସ୍ତାନର ଅନ୍ୟ ସବୁ ବୋଲର ନିଜ ନିଜର ୪ ଓଭର ବୋଲିଂ କରିସାରିଥିଲେ । କେବଳ ନୱାଜଙ୍କ ଓଭର ବାକିଥିଲା ।

ନୱାଜଙ୍କ ବଲ୍‌ରେ ରୋହିତ ଆଉଟ୍‌ ହେବା ମାତ୍ରେ ଜାଡେଜା ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ସେ ଦଳରେ ଏକମାତ୍ର ବାମ ହାତି ବ୍ୟାଟର ଥିଲେ। ଶେଷ ଓଭର ପର୍ଯ୍ୟନ୍ତ ଜାଡେଜା ଗୋଟିଏ ପଟେ କ୍ରିଜ୍‌ରେ ଜମି ରହି ୨୯ଟି ବଲ୍‌ରୁ ୩୫ ରନ୍‌ କରିଥିଲେ । ସୂର୍ଯ୍ୟକୁମାରଙ୍କ ସହ ଚତୁର୍ଥ ୱିକେଟ୍‌ରେ ୩୬ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପଞ୍ଚମ ୱିକେଟ୍‌ରେ ୫୨ ରନ୍‌ର ଭାଗିଦାରୀ ଗଢିଥିଲେ ଜାଡେଜା । ଫଳ ସ୍ୱରୂପ ଭାରତ ବିଜୟ ହାସଲ କରିଥିଲା । ନୱାଜ ପାକିସ୍ତାନ ଇନିଂସର ଅଷ୍ଟମ ଓଭର ବୋଲିଂ କରିବାକୁ ଆସି ରୋହିତଙ୍କୁ ଆଉଟ୍‌ କରିଥିଲେ । ପରବର୍ତ୍ତୀ ଓଭରରେ ସେ କୋହଲିଙ୍କୁ ପାଭିଲିୟନ ପଠାଇଥିଲେ । ହେଲେ ଅନ୍ୟ ପଟରେ ଜାଡେଜା ଜମି ସାରିଥିବାରୁ ନୱାଜଙ୍କୁ ଚତୁର୍ଥ ଓଭର ବୋଲିଂ କରିବାକୁ ସୁଯୋଗ ମିଳି ନଥିଲା ।

   Related Posts