ଗାଡି ଓଲଟି ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | August 29, 2019 IST

 ବାଲିପାଟଣା: ପିଡିଏସ୍‌ ଗାଡି ଓଲଟି  ଜଣେ ମୃତ, ଦୁଇ ଗୁରୁତର ।ଏମାନ ସମସ୍ତେ ପିଡିଏସ୍‌ ଚାଉଳ ନେଇ ଯାଉଥିବା  ବେଳେ ଗାଡିଟି ଓଲଟି ପଡିଥିଲା  । ମୃତକ ଜଣକ ଗୁଆପୁର ଗ୍ରାମର ଥୋକଡି ଭୋଇ ।  ଗୁଆପୁରର ବ୍ରଜ ଏବଂ ମାର୍ଥାପୁରର ରାଜୁ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ବାଲିପାଟଣା ବ୍ଲକ ରୁ ସୋମଣା ଶାସନ ପଞ୍ଚାୟତ କୁ ପିଡିଏସ୍‌ ଚାଉଳ ନେଇ ଏହି ଗାଡ଼ି ଯାଉଥିଲା । ରାଜସ-ବାଲିପାଟଣା ରାସ୍ତା କୃଷ୍ଣପୁର ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡି ରେ ବସିଥିବା ତିନି ଶ୍ରମିକ ଗାଡି ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଗାଡ଼ିତଳୁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ଧୋକଡି ଭୋଇଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ଦୁଇ ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର୍ ଫେରାର୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.