ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଘରେ ଏହି ସବୁ ସ୍ଥାନରେ ଘଣ୍ଟା ଲଗାଇବା ଅଶୁଭ : ଜାଣନ୍ତୁ କ’ଣ କହିଥାଏ ବାସ୍ତୁ

27/11/2019 at 2:49 PM

ନୂଆ ଘର ହେଉ କିମ୍ବା ଅଫିସ ପ୍ରତ୍ୟେକ ମନୁଷ୍ୟ ସୁଖ- ଶାନ୍ତି ଏବଂ ଲାଭ ପାଇଁ ସବୁ କାମ ବାସ୍ତୁ ହିସାବରେ କରିବାକୁ ଉଚିତ୍ ମଣିଥାଆନ୍ତି। ବାସ୍ତୁର ଚମତ୍କାରୀ ଲାଭ ବିଷୟରେ କାହାକୁ ଅଛପା ନାହିଁ। ବାସ୍ତୁ ପଛରେ ଲୁଚିଥିବା ବୈଜ୍ଞାନିକ ପ୍ରଭାବକୁ ଆଜି ଯାଏଁ ଲୋକେ ବୁଝି ପାରିନାହାନ୍ତି।

ଘରେ ହେଉ କିମ୍ବା ଅଫିସରେ ଯେକୌଣସି ଗୋଟିଏ ସ୍ଥାନରେ କାନ୍ଥଘଡ଼ି ଲଗାଇବା ପାଇଁ ରିଜର୍ଭ ରଖାଯାଇଥାଏ। ସାଧାରଣତଃ ଲୋକେ ଘରର ଯେକୌଣସି କାନ୍ଥରେ ଘଣ୍ଟା ଝୁଲାଇ ଦେଇଥାଆନ୍ତି। କିନ୍ତୁ ବାସ୍ତୁ ହିସାବରେ ଏପରି କରିବା ଭୁଲ୍। ଘରେ ଯେକୌଣସି କୋଣରେ କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ।

୧. ଆପଣ ଜାଣିଛନ୍ତି କି ଦକ୍ଷିଣ ଦିଗରେ ନିର୍ମିତ ଘରର ଯେକୌଣସି କାନ୍ଥରେ ଘଣ୍ଟା ଝୁଲାଇବା ଅଶୁଭ ହୋଇଥାଏ। ଏପରି ନକରିବା ଉଚିତ୍।

୨. ବାସ୍ତୁ ଅନୁସାରେ ପୂର୍ବ,ପଶ୍ଚିମ ଏବଂ ଉତ୍ତର ଦିଗରେ ଘଣ୍ଟା ଲଗାଇବା ଉଚିତ୍। ଏପରି କରିବା ଦ୍ବାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୩. ବାସ୍ତୁ ଅନୁସାରେ ଘର କିମ୍ବା ଅଫିସ କାନ୍ଥରେ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଶୁଭ ହୋଇଥାଏ। ଏଥିରୁ ବାହାରୁଥିବା ଶବ୍ଦ ଆପଣଙ୍କୁ ସକରାତ୍ମକ ଶକ୍ତି ଦେଇଥାଏ।

୪. ମୁଖ୍ୟ ଦ୍ବାର ଉପରେ କିମ୍ବା ଏହାର ଠିକ୍ ସାମନାରେ କାନ୍ଥରେ ମଧ୍ୟ  ଭୁଲରେ ଘଣ୍ଟା ଲଗାଇବା ଅନୁଚିତ୍। ନଚେତ ଅଶୁଭ ପ୍ରଭାବ ପଡ଼ିଥାଏ।

୫. ବୈବାହିକ ଜୀବନର ଭରପୂର ଆନନ୍ଦ ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜ ଖଟରୁ ଘଣ୍ଟାକୁ ଦୂରେଇ ରଖିବା ଉଚିତ୍।

୬. ବାସ୍ତୁରେ କାନ୍ଥରେ ଲଗା ହୋଇଥିବା ଖରାପ ଘଣ୍ଟାକୁ ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ। ଘରେ ଲାଗିଥିବା ଖରାପ ଘଣ୍ଟାକୁ ତୁରନ୍ତ ସଜାଡ଼ନ୍ତୁ ଏବଂ କାନ୍ଥରେ ଲଗାନ୍ତୁ।

୭. ଯଦି ଆପଣ ବେଡରୁମ୍ ପାଇଁ ନୂଆ ଘଣ୍ଟା କିଣିଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁଖ ପୂର୍ବ ଦିଗକୁ ରହୁଥିବ।

   Related Posts