ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ୍‌ : ଗ୍ଲେନ୍‌ ଫିଲିକ୍ସ ଦମ୍‌ଦାର ଶତକ, ସିଂହଳୀ ଟିମ୍‌କୁ ୧୬୮ରନ୍‌ର ଟାର୍ଗେଟ

Published By : Prameya-News7 Bureau | October 29, 2022 IST

ପର୍ଥ ୨୯।୧୦ : ଶ୍ରୀଲଙ୍କାକୁ ୧୬୮ ରନ୍‌ର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ । ଟି-୨୦ ବିଶ୍ୱକପ୍‌ରେ ଚାଲିଥିବା ଏହି ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୧୬୮ରନ୍‌ର ଟାର୍ଗେଟ ଦେଇଛି । ମୋଟ ୨୦ ଓଭର ବ୍ୟାଟିଂ କରି ପାଞ୍ଚୋଟି ଓ୍ୱିକେଟ୍‌ ହରାଇ ୧୬୭ ରନ୍‌ କରିବାରେ ସମର୍ଥ ହୋଇଛି କିଓ୍ୱି ଟିମ୍‌ ।

wp:html /wp:html

ଶନିବାର ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଟସ୍‌ ଜିତି ବ୍ୟାଟିଂ କରିବା ନ୍ୟୁଜିଲାଣ୍ଡ ପାଇଁ ବୁମେରାଂ ପାଲଟିଥିଲା । ଲଗାତର ଅନ୍ତରାଳରେ ପ୍ୟାଭିଲିୟନ ଫେରିଥିଲେ ନ୍ୟୁଜିଲାଣ୍ଡ ବ୍ୟାଟର । ସିଂହଳୀ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଥିଲେ କିଓ୍ୱି ବ୍ୟାଟର । ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ୍‌ ଫିଲିକ୍ସ ଦମ୍‌ଦାର ଶତକକୁ ଛାଡି ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । କେବଳ ଡାରି ମିକେଲ୍‌ ଓ ମିଚେଲ୍‌ ଷ୍ଟନରଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରିନଥିଲେ । ୬୪ ବଲ୍‌ର ସାମ୍ନା କରି ଗ୍ଲେନ୍‌ ଫିଲିକ୍ସ ୧୦୪ ରନ୍‌ କରିଥିଲେ । ଫଳରେ ଟିମ୍‌ର ମୋଟ୍‌ ସ୍କୋର ୨୦ ଓଭରରେ ୧୬୭ରେ ପହଞ୍ଚିଥିଲା ।

ତେବେ ଶ୍ରୀଲଙ୍କା ପକ୍ଷରୁ କସୁନା ରାଜିଥା ୪ ଓଭର ବୋଲିଂ କରି ୨୩ ରନ୍‌ ଦେଇ ସର୍ବାଧିକ ୨ଟି ଓ୍ୱିକେଟ୍‌ ନେଇଥିବା ବେଳେ ମାହେଶ ଥିକସାନା ୪ ଓଭର ବୋଲିଂ କରି ୩୫ ରନ୍‌ ଦେଇ ଗୋଟିଏ ଓ୍ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ । ସେହିପରି ଧନଞ୍ଜୟ ଡିସଲ୍‌ଭା  ୨ ଓଭର ବୋଲିଂ କରି ୧୪ ରନ୍‌ ଦେଇଥିବା ବେଳେ ହସରଙ୍ଗା ୪ ଓଭର ବୋଲିଂ କରି ୨୨ ରନ୍‌ ଦେଇ ଗୋଟିଏ ଓ୍ୱିକେଟ୍‌ ନେଇଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ ୩ ଓଭରରେ ୩୪ ରନ୍‌ ଖର୍ଚ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.