ଭାରତ-ନ୍ୟୁଜିଲାଣ୍ଡ ୧ମ ଟେଷ୍ଟ : ପାଭିଲିୟନ୍ ଫେରିଲେ ଟିମ୍ ଇଣ୍ଡିଆର ଅଧା ଟିମ୍
21/02/2020 at 8:03 AM

ଓ୍ବେଲିଟଂନ ୨୧।୦୨: ଶୁକ୍ରବାର ଠାରୁ ଭାରତ-ନ୍ଯୁଜିଲାଣ୍ଡ ମଧ୍ଯରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ଯାଚରେ ନ୍ଯୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏବଂ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛି ଘରୋଇ ଦଳ। ଭାରତ ୫୧ଓଭର ସୁଦ୍ଧା ୫ଓ୍ବିକେଟ ହରାଇ ୧୧୭ରନ୍ ସଂଗ୍ରହ କରିଛି ।

ପ୍ରଥମେ ବ୍ଯାଟିଂ କରିବକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଓ୍ବିକେଟ ପତନର ଶୀକାର ହୋଇଛି। ଦଳ ପକ୍ଷରୁ ଯୁବ ମୟଙ୍କ ଅଗ୍ରଓ୍ବାଲ ଓ ପୃଥୀ ସ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଥିଲେ। ତେବେ ମ୍ୟାଚର ୪ଓଭରରେ ଦଳୀୟ ସ୍କୋର ୧୬ରନ ହୋଇଥିବା ବେଳେ ପୃଥୀ ସଙ୍କ ରୂପରେ ପ୍ରଥମ ଓ୍ବିକେଟ ପଡିଥିଲା। ସେ ବ୍ୟକ୍ତିଗତ ଭାବେ ୧୬ରନ କରି ଆଉଟ ହୋଇଯାଇଥିଲେ । ପରେ ବ୍ୟାଟସମ୍ୟାନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରିବାରେ ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ ୩୪,ଚେତେଶ୍ବର ପୂଜାର ୧୧,ଅଧିନାୟକ ବିରାଟ କୋହଲି ୨,ହନୁମା ବିହାରୀ ୭ରନ୍ କରି ଆଉଟ ହୋଇଥିଲେ । ଆଜିଙ୍କ୍ୟ ରାହାଣେ ଓ ରିଷଭ ପନ୍ଥ କ୍ରିଜ୍ରେ ଉପସ୍ଥିତ ରହିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ସାଉଦି ଓ ବୋଲ୍ଟ ଗୋଟିଏ-ଗୋଟିଏ ଓ୍ବିକେଟ୍ ନେଇଛନ୍ତି । ଓ୍ବେଲିଟଂନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ସିରିଜରେ ୨ଟି ଟେଷ୍ଟ ମ୍ୟାଚ୍ ଉଭୟ ଟିମ୍ ମଧ୍ୟରେ ଖେଳିଯିବ ।
