ସିକ୍ରେଟ୍ ବଏଫ୍ରେଣ୍ଡ ସହ ଲଣ୍ଡନରେ ନଜର ଆସିଲେ ଅଜୟଙ୍କ ଲାଡଲୀ ନ୍ୟାସା, ସାମ୍ନାକୁ ଆସିଲା ଫଟୋ
7/06/2023 at 9:06 AM

ମୁମ୍ଵାଇ ୦୭।୦୬: ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସିଙ୍ଘମ ଅଜୟ ଦେବଗନ୍ । ତାଙ୍କ ଲାଡଲୀ ନ୍ୟାସା ଦେବଗନ୍। ବିଦେଶରେ ପାଠ ପଢିବା ପରେ ସେ ଭାରତକୁ ଫେରିଥିଲେ। ପ୍ରାୟତଃ ତାଙ୍କ ସାଙ୍ଗମାନଙ୍କ ସହ ପାର୍ଟୀ କରୁଥିବାର ଦେଖିବାକୁ ମିଳେ। ଏଥିପାଇଁ ଲୋକମାନେ ନ୍ୟାସାଙ୍କୁ ଅନେକ ଥର ଟ୍ରୋଲ କରନ୍ତି କିନ୍ତୁ ଏହି ଟ୍ରୋଲିଂ ତାଙ୍କ ଉପରେ କୌଣସି ପ୍ରଭାବ ପଡେ ନାହିଁ। ନ୍ୟାସା ଦେବଗନ୍ ତାଙ୍କ ଜୀବନକୁ ଖୋଲାଖୋଲି ଭାବେ ଜୀବନଯାପନ କରୁଛନ୍ତି ଏବଂ ସାଙ୍ଗମାନଙ୍କ ସହିତ ମଜା ଉଠାଉଛନ୍ତି। ସେ ପ୍ରାୟତଃ ବେଦାନ୍ତ ମହାଜନ ନାମକ ବ୍ୟକ୍ତିଙ୍କ ସହ ନ୍ୟାସା ନଜର ଆସିଥାନ୍ତି । କୁହାଯାଉଛି କି ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଦୁଇ ଜଣଙ୍କର ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି ।
ନ୍ୟାସା ଦେବଗାନ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ବେଦାନ୍ତଙ୍କ ସହ ନଜର ଆସିଛନ୍ତି। ନ୍ୟାସାଙ୍କ ଏହି ଫଟୋ ଗୁଡ଼ିକ ଲଣ୍ଡନ କନସର୍ଟରୁ ଆସିଛି। ଯେଉଁଥିରେ ସେ କନିକା କପୁର ଏବଂ ଓରିଙ୍କ ଏନଜୟ କରିବାକୁ ଯାଇଥିଲେ । ଅନ୍ୟ ଏକ ଫଟୋ ଗୁଡ଼ିକରେ ନ୍ୟାସା ଏବଂ ବେଦାନ୍ତର ଘନିଷ୍ଠତା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଯାହାକୁ ନେଇ ନା ନା ଚର୍ଚ୍ଚା ହେଉଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅଭିନେତ୍ରୀ କାଜୋଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ ଅଭିନୟ ଜଗତରେ ପାଦ ଦେବାକୁ ଚାହୁଁନାହାଁନ୍ତି। ଏନେଇ ଅଜୟ ଗଣମାଧ୍ୟମକୁ ଅନେକ ଥର କହିଛନ୍ତି ଯେ ତାଙ୍କ ଝିଅ ଅଭିନୟ କ୍ଷେତ୍ରରେ ଆଗ୍ରହୀ ନୁହଁନ୍ତି। କିନ୍ତୁ ଯଦି ନ୍ୟାସା ଚାହାଁନ୍ତି, ତେବେ ସେ ତାଙ୍କୁ ଅଭିନୟ ଜଗତରେ ପ୍ରବେଶ କରିବାକୁ ବାରଣ କରିବେ ନାହିଁ।