ନା ରୁଟି ନା ଭାତ…ନ୍ୟାସା ଦେବଗନ ଖାଇଥାନ୍ତି ଏହି ଦୁଇଟି ଜିନିଷ, ବାପା କଲେ ଖୁଲାସା
12/09/2023 at 12:24 PM

ମୁମ୍ୱାଇ ୧୨/୦୯: ରୁଟି ନୁହେଁ କି ଭାତ ନୁହେଁ । ନ୍ୟାସା ଦେବଗନ ପ୍ରତିଦିନ ଡାଏଟରେ ଖାଇଥାନ୍ତି ଅନ୍ୟ କିଛି । ଝିଅର ଫିଟ୍ନେସ ମନ୍ତ୍ରା ସେୟାର କରିଛନ୍ତି ବାପା ଅଜୟ ଦେବଗନ । କାଜୋଲ, ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗଡ ଫେମସ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ । ଇଣ୍ଡଷ୍ଟ୍ରୀରେ ନଥାଇ ବି ନ୍ୟାସା ବେଶ୍ ଫେମସ୍ ।
ପୂର୍ବରୁ ନ୍ୟାସା ଦେଖିବାକୁ ଏତେ ସୁନ୍ଦର ନଥିଲେ, କିନ୍ତୁ ଏବେ ତାଙ୍କର ଟ୍ରାନ୍ସଫରମେସନ ଦେଖି ଲୋକେ ବି ତାଜୁବ୍ । କାରଣ ଏବେ ସେ ଦେଖିବାକୁ କୌଣସି ବଲିଉଡ୍ ହିରୋଇନ୍ଙ୍କ ଠାରୁ କମ୍ ନୁହଁନ୍ତି । ନ୍ୟାସା ବହୁତ ଫିଟ୍ ଓ ବୋଲ୍ଡ । ତେବେ ତାଙ୍କର ଏହି ଫିଟ୍ନେସ୍ ପଛର ରହସ୍ୟ ଜାଣିବାକୁ ଅନେକ ଆଗ୍ରହୀ ।
ଅଜୟ-କାଜୋଲ ଗୋଟିଏ ସାକ୍ଷାତକାରରେ ଝିଅ ବିଷୟରେ କହିଥିଲେ । ସେ କହିଥିଲେ ତାଙ୍କ ଝିଅ କେବଳ ଦୁଇଟି ଜିନିଷ ଖାଆନ୍ତି । ଅଜୟ-କାଜୋଲଙ୍କୁ ପଚାରାଯାଇଥିଲା କି ଆପଣଙ୍କ ପିଲାମାନେ ପଞ୍ଜାବୀ ନା ବଙ୍ଗାଳି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହି ଉତ୍ତରରେ ଅଜୟ କହିଥିଲେ ମୋ ଝିଅ ଭାରତୀୟ ଖାଦ୍ୟ ଖାଏନି । ସେହିଭଲି କାଜୋଲ କହିଥିଲେ ଝିଅ ଜାପାନୀଜି ଖାଇବାକୁ ପସନ୍ଦ କରେ ।
ଅଜୟ ଆହୁରି କହିଥିଲେ କି, ସେ ସେ କେବଳ ସୁଶି ଖାଇ ବଞ୍ଚେ । ଏହା ବାଦ୍ ସେ ଏଡମାମେ ଖାଇଥାଏ । ଶୁଶୀ ଗୋଟିଏ ଜାପାନୀ ଫୁଡ, ଯାହା କେବଳ ଭାତରେ ପ୍ରସ୍ତୁତ ହୋଇଥାଏ । ଯେଉଁଥିରେ ଚିନି, ଲୁଣ ଏବଂ ପନିପରିବା ପଡିଥାଏ । ସେହିଭଳି ଏଡମାମେ ହେଉଛି ସୋୟାବିନ୍ ରୁ ପ୍ରସ୍ତୁତ । ଯାହାକି ପ୍ରୋଟିନ୍ରେ ଭରପୁର । ୧୦୦ ଗ୍ରାମ ଏଡମାମେରେ ପାଖାପାଖି ୧୮.୪ ଗ୍ରାମ ପ୍ରୋଟିନ ଥାଏ ।