ସୋଆ ଆଏଏସରେ ଚିନାବାଦାମ ଚାଷ ତାଲିମ କର୍ମଶାଳା; ପ୍ରଶିକ୍ଷିତ ହେବେ ୧୫ ଜିଲ୍ଲାର ଚାଷୀ

Published By : Prameya-News7 Bureau | October 31, 2022 IST

ଭୁବନେଶ୍ୱର ୩୧/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଲାଇଭ୍ଲିହୁଡ ଅଲଟରନେଟିଭର ମିଳିତ ଆନୁକୂଲ୍ୟରେ ଗତ ଶନିବାର ଚିନାବାଦାମ ଚାଷୀଙ୍କ ପାଇଁ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି। ଏଥିରେ ରାଜ୍ୟର ୧୫ଟି ଜିଲ୍ଲାର ଚିନାବାଦାମ ଚାଷୀଙ୍କୁ ତାଲିମ ଦେବା ପାଇଁ  ପ୍ରଶିକ୍ଷକମାନଙ୍କର ଚିନାବାଦାମ ଚାଷ ସମ୍ପର୍କିତ ଥିବା ଜ୍ଞାନକୁ ନେଇ ଏକ ତାଲିମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଇଭ୍ଲି ହୁଡ ଅଲଟରନେଟିଭର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀରେ ଥିବା ସଫଲ୍ ଡାଏ ର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଇଏଏସ୍ ଡିନ୍‌ର ପ୍ରଫେସର ଡଃ ବିଜୟ କୁମାର ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍ଲିହୁଡ ଅଲଟରନେଟିଭର ଡାଇରେକ୍ଟର ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, ପ୍ରଫେସର ଡଃ ପ୍ରିୟବତ୍ର ପଟ୍ଟନାୟକ, ନାଫେଡ୍‌ର ଅଧିକାରୀ ଶ୍ରୀ ଗୋବିନ୍ଦ ମୁର୍ମୁ ଯୋଗ ଦେଇ ବକ୍ତବ୍ୟ ଦେବା ସହିତ ଆଗାମୀ ଦିନରେ ଭାରତ କିଭଳି ଚିନାବାଦାମ ପରି ତୈଳବୀଜର ଅଧିକ ଉତ୍ପାଦନ କରି ଆତ୍ମନିର୍ଭରଶୀଳ ହୋଇପାରିବ ଓ ୟୁକ୍ରେନ୍ ଇଣ୍ଡୋନୋସିଆ, ମାଲେସିଆ ପରି ଦେଶ ଉପରେ ଆଉ ଭାରତକୁ ନିର୍ଭର କରିବାକୁ ପଡ଼ିବନି ସେନେଇ ସଚେତନ କରିଥିଲେ।

ଆଗ୍ରୋନୋମିର ପ୍ରଫେସର ଡଃ ବାସୁଦେବ ବେହେରା, ପ୍ଲାଣ୍ଟ ପାଥୋଲୋଜିର ସହକାରୀ ପ୍ରଫେସର ଅଂଶୁମାନ ଖଣ୍ଡୁଆଳ, ଏଟୋଂମୋଲୋଜିର ସହକାରୀ ପ୍ରଫେସର ଡଃ ସତ୍ୟ ନାରାୟଣ ଶତପଥୀ ଆଦି ଏହି କର୍ମଶାଳାକୁ ପରିଚାଳନା କରିଥିଲେ। ସମସ୍ତ ତାଲିମଦାତାମାନେ ସୋଆର ଫାର୍ମରେ କ୍ଷେତ୍ର ସ୍ତରୀୟ ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ। ଲାଇଭ୍ଲି ହୁଡ ଅଲଟରନେଟିଭର ମୁଖ୍ୟ ଅପରେଟିଙ୍ଗ ଅଫିସର କେଦାର ଚନ୍ଦ୍ର ପ୍ରଧାନ ପ୍ରଶିକ୍ଷକମାନଙ୍କୁ ସାର୍ଟିଫିକେଟ ଦେଇଥିଲେ ଓ ଶେଷରେ ପ୍ରଫେସର ଡଃ ଶୁଭପ୍ରଦ ଦାଶ ଧନ୍ୟବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.