ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଜ୍ୟ ସରକାର, ସ୍ୱାଭିମାନ ଅଞ୍ଚଳରୁ ଯୋଜନାର ଆରମ୍ଭ

Published By : Prameya-News7 Bureau | January 07, 2023 IST

ଚିତ୍ରକୋଣ୍ଡା: ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମର  ଆଜି ଶୁଭାରମ୍ଭ  କଲେ ଓଡିଶା ସରକାର । ରାଜ୍ୟ ସରକାରଙ୍କ ନ୍ୟୁଟ୍ରେସନ  ଏଟ୍ ଡୋରଷ୍ଟେପ (ଘରେ ଘରେ ପୃଷ୍ଟି) କୁ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଅଞ୍ଚଳର ପାପରମେଟଲା ଗ୍ରାମ ପଂଚାୟତ ଅନ୍ତର୍ଗତ ଯନ୍ତାପାଇ ଗ୍ରାମରୁ ଶୁଭ ଆରମ୍ଭ କରଯାଇଛି । ରାଜ୍ୟର ଆଠ ଲକ୍ଷ ପରିବାରର ମହିଳା ଓ କୁନି କୁନି ଶିଶୁମାନେ ପୁଷ୍ଟିହୀନତାର ଶିକାର ହୋଇଥିବା କଥା ସରକାର ଜାଣିବା ପରେ ଏହାକୁ ରୋକିବା ଲାଗି ରାଜ୍ୟ ସରକାର ପ୍ରଥମ କରି ଘରେ ଘରେ ପୁଷ୍ଟି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ଆରମ୍ଭ କରିଛନ୍ତି ।

କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ କୃଷି ବିଭାଗର ସଚିବ ଅରବିନ୍ଦ ପାଢ଼ୀ ଓ କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚି ଘରେ ଘରେ ପୁଷ୍ଟି ପ୍ରୟାସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ରାଜ୍ୟର ପ୍ରତି ବ୍ୟକ୍ତିଙ୍କୁ ୧୦ଟି ଫଳ ଓ ପନିପରିବା ଚାରା ବଣ୍ଟନ କରିବାର ଲକ୍ଷ୍ୟ ରଖିଛନ୍ତି । ଏହାସହ ଉପାନ୍ତ ମାଲକାନଗିରି ଜିଲ୍ଲା ମାଓ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ରୋକିବା ଲାଗି ସରକାର ମାଣ୍ଡିଆ ଚାଷକୁ ପ୍ରାଧାନ୍ୟତା ଦେଇ ଅନେକ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ତେଣୁ ମାଣ୍ଡିଆ ଚାଷୀମାନେ କିଭଳି ଉପକୃତ ହେବେ ଏବଂ ଠକାମୀର ଶିକାର ନ ହେବେ ତାହାକୁ ଗୁରୁତ୍ୱ ଦେଇ ନିଜେ କୃଷି ମନ୍ତ୍ରୀ ଓ କୃଷି ସଚିବ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଚଳିତ ବର୍ଷ ପ୍ରଥମ କରି ମାଣ୍ଡିଆ ମଣ୍ଡିର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ଏଥିରେ ମାଣ୍ଡିଆ ଚାଷୀ ମାନେ ପ୍ରତି କ୍ୟୁଣ୍ଟାଲ ପିଛା ୩୫୭୮ ଟଙ୍କା ମଣ୍ଡିରୁ ପାଇ ପାରିବେ ବୋଲି କୃଷି ସଚିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.