ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଫିଲ୍ମ ‘ଅକେଲି’ରେ ନୁସରତ୍‌, ଦମ୍‌ଦାର ଭୂମିକାରେ ଆସିବେ ନଜର

7/10/2022 at 11:00 AM

ମୁମ୍ଵାଇ ୦୭।୧୦: ଅପ୍‌କମିଙ୍ଗ ଡ୍ରାମା-ଥ୍ରିଲର୍‌ ‘ଅକେଲି’ରେ ନଜର ଆସିବେ ନୁସରତ୍‌ ଭରୁଚା । ଗତକାଲି ଫିଲ୍ମମେକର୍‌ ଏ ବିଷୟରେ ଘୋଷଣା କରିଛନ୍ତି । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା ଜଗତରେ ପାଦ ଥାପିବେ ପ୍ରଣୟ ମେଶରାମ । ଏହା ପୂର୍ବରୁ ସେ ‘କୁଇନ୍‌’ ଓ ‘କମାଣ୍ଡୋ-୩’ ଭଳି ପ୍ରୋଜେକ୍ଟରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଇରାକ ପୃଷ୍ଠଭୂମି ଉପରେ ‘ଅକେଲି’ ପର୍ଯ୍ୟବସିତ । ଜଣେ ମହିଳା ମରୁଭୂମିରେ ଫସିଯିବା ପରେ ବିପରୀତ ପରିସ୍ଥିତିରେ ଏକାକୀ ନିଜର ସାମର୍ଥ୍ୟକୁ କିଭଳି ଭାବେ ହୃଦୟଙ୍ଗମ କରୁଛି, ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ।  

ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଛନ୍ତି ଦଶମୀ ଷ୍ଟୁଡିଓଜ୍‌ର ପ୍ରତିଷ୍ଠାତା ନିତିନ ବୈଦ୍ୟ । ଏହି ପ୍ରୋଜେକ୍ଟ ପାଇଁ ନୁସରତ୍‌ଙ୍କ ସହ ଯୋଡ଼ି ହୋଇଥିବାରୁ କମ୍ପାନି ଖୁବ୍‌ ଉତ୍ସାହିତ ବୋଲି ସେ କହିଛନ୍ତି । ସମସ୍ତ ବିପରୀତ ପରିସ୍ଥିତି ବିରୁଦ୍ଧରେ ଜଣେ ଏକାକୀ ମହିଳାର ସଂଘର୍ଷର କାହାଣୀ ହେଉଛି ଫିଲ୍ମର ମୁଖ୍ୟ ବିଷୟବସ୍ତୁ । ଏହା ଭିନ୍ନ ଧରଣର ବିଷୟ ବୋଲି ବୈଦ୍ୟ କହିଛନ୍ତି । ନିକଟରେ ସାମାଜିକ ମନୋରଞ୍ଜନ ଧର୍ମୀ ଫିଲ୍ମ ‘ଜନହିତ ମେଁ ଜାରି’ରେ ନଜର ଆସିଥିଲେ ନୁସରତ୍‌ । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାବେଳେ ନୁସରତ୍‌ଙ୍କ ପ୍ରଦର୍ଶନକୁ ଦର୍ଶକ ପସନ୍ଦ କରିଥିଲେ ।

   Related Posts