ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପାଣିରେ ନିଆଁ ଲଗାଇଲେ ଗର୍ଭବତୀ ନୁସରତ ଜାହାଁ: ସୁଇମିଂ ପୁଲରେ କଲେ ବୋଲ୍ଡ ଫଟୋସୁଟ

23/06/2021 at 5:33 PM

କୋଲକାତା ୨୩/୦୬ : ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିଜର ଲେଟେଷ୍ଟ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ। ଇନଷ୍ଟାଗ୍ରାମରେ ସେ ନିଜ ଫଟୋସୁଟର ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ସୁଇମିଂ ପୁଲରେ ପାଣି ସହିତ ଖେଳୁଥିବା ଦେଖିବାକୁ ମିଳିଛି। କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବାବେଳେ କିଛି ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି। ଗତ କିଛି ଦିନ ହେଲା ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ଓ ଗର୍ଭଧାରଣକୁ ଚର୍ଚ୍ଚାରେ ଅଛନ୍ତି।

ଗର୍ଭାବସ୍ଥାର ଖବର ମଧ୍ୟରେ ସେ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ସେ ଏକ ଫଟୋସୁଟ୍ ସେୟାର କରିଛନ୍ତି। ଏଥିରେ ସେ ପାଣିରେ ଖେଳୁଥିବା ନଜର ଆସିଛନ୍ତି। ଏହା ସହିତ ସେ କ୍ୟାପସନ୍ ଦେଇଛନ୍ତି, ‘ନୋ ରିସ୍କ, ନୋ ଷ୍ଟୋରି’

ନିଖିଲଙ୍କ ସହ ବିବାଦ ଓ ଗର୍ଭବତୀ ଖବର ଆସିବା ପରେ ନୁସରତ ଜାହାଁଙ୍କ ସମ୍ବେଦନଶୀଳ ବୟାନ ଆସିଛି। ଏଥିରେ ସେ କହିଥିଲେ ଯେ ନିଖିଲଙ୍କ ସହ ତାଙ୍କର ବିବାହ ବେଆଇନ ଅଟେ। ଏହା ପରେ ହିଁ ତାଙ୍କର ଗର୍ଭାବସ୍ଥା ଫଟୋ ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ, ନିଖିଲ କହିଛନ୍ତି ଯେ ସେ ନୁସରତଙ୍କ ସନ୍ତାନର ପିତା ନୁହଁନ୍ତି।

ନୁସରତ କହିଛନ୍ତି ଯେ ୨୦୧୯ ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ସେ କହିଛନ୍ତି ଯେ ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ସେମାନେ ବିବାହ କରିଥିଲେ ତେଣୁ ଭାରତରେ ଏହା ବେଆଇନ। ଏହା ଅନ୍ୟ ଧର୍ମରେ ବିବାହର ମାମଲା ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ପଞ୍ଜିକରଣ ହୋଇଥାନ୍ତା ଯାହା ହୋଇନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ଲିଭ-ଇନ-ରିଲେସନସିପ ବୋଲି କହିଛନ୍ତି ନୁସରତ।

   Related Posts