ନୁସରତ୍‌ଙ୍କୁ ଚଢିଲା ବୋଲ୍ଡନେସ୍‌ର ନିଶା, କରାଇଲେ ଏପରି ଫଟୋସୁଟ୍‌

Published By : Prameya-News7 Bureau | July 18, 2022 IST

ମୁମ୍ବାଇ ୧୮।୦୭: ଯେତେବେଳେ ସୁନ୍ଦରତା ଓ ବୋଲ୍ଡ କଥା ମନପଡେ, ସେତେବେଳେ ନସୁରତ ଜାହଁଙ୍କ ନାମ ଏହାର ଶୀର୍ଷରେ ଆସେ। ଅଭିନେତ୍ରୀ ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସେୟାର କରନ୍ତି। ଯେଉଁଥିରେ ତାଙ୍କ ପ୍ରଶଂସକମାନେ ମତୁଆଲା ହୁଅନ୍ତି। ତାଙ୍କର ଏହି ବୋଲ୍ଡ ହଟ୍‌ ଫଟୋ ଦେଖି ଦିନକୁ ଦିନ ଫଲୋର୍ସ ବୃଦ୍ଧି ପାଇବାରେ ଲାଗିଛି। ନୁସରତ୍‌ ଏବେ ଏପରି ଏକ ଫଟୋ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ନିଆଁ ଲଗାଉଛି।

wp:html
/wp:html

ସୋସିଆଲ ମିଡିଆରେ ନୁସରତ ଜାହାଁ ସେୟାର କରିଥିବା ଫଟୋରେ ତାଙ୍କୁ ଏକ ବୋଲ୍ଡ ଷ୍ଟାଇଲରେ ଦେଖିବାକୁ ମିଳିଥିଲା। ଫଟୋରେ ଧଳା ରଙ୍ଗର ସ୍ଲିବ୍‌ ଟପ୍‌ ସହ ଡେନିମ୍‌ର ସର୍ଟସ୍‌ ପିନ୍ଧିଛନ୍ତି। ଏହା ସହ ଖୋଲା କେଶରେ ନ୍ୟୁଡ୍‌ ମେକ୍‌ଅପ୍‌ ନେଇଛନ୍ତି। ଏହି ଫଟୋରେ ଅଭିନେତ୍ରୀ ଶୋଇବା ଘରେ ପୋଜ୍ କରୁଥିବା ଦେଖି ଫ୍ୟାନ୍ସଙ୍କ ନଜର ହଟୁନି।

ନୁସରତ୍‌ ଦୁଇଟି ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି - 'ଫର୍‌ ଆନାଦର ପଏଣ୍ଟ ଅଫ୍‌ ଭ୍ୟୁ'। ନୁସରାତ୍‌ଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ସହ ଖୁବ୍‌ ଲାଇକ୍‌ ସେୟାର ଆସୁଛି। ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଇଣ୍ଟରନେଟ୍‌ରେ ଧମାଲ ସୃଷ୍ଟି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.