ପ୍ରଥମ ଥର ପାଇଁ ପୁଅର ଝଲକ ଦେଖାଇଲେ ନୁସରତ ଜାହାଁ, ଦୀପାବଳିରେ ସେୟାର କଲେ ଫ୍ୟାମିଲି ଫଟୋ ...

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୦୫।୧୧ : ବଙ୍ଗଳାର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ ଘଟଣାକୁ ନେଇ ବହୁ ଚର୍ଚ୍ଚାରେ ଥିଲେ ।  ଯେମିତିକି ପ୍ରଥମେ ବିବାହ, ତାପରେ ଛାଡପତ୍ର ଏବଂ ତା’ପରେ ନୁସରତ ଜାହାଁ ମା ହେବାର ଖବର ଏବଂ ପରେ ଅଭିନେତା ୟଶ ଦାସଗୁପ୍ତଙ୍କ ସହିତ ଗୁପ୍ତ ସମ୍ପର୍କ ଓ ବିବାହର ଖବରକୁ ନେଇ ଖୁବ୍‌ ଟ୍ରୋଲ କରାଯାଇଥିଲା । ସଂସଦ ଠାରୁ ଆରମ୍ଭ କରି ସବୁ ଆଡେ ଚର୍ଚ୍ଚାରେ ଆସିଥିଲେ । ଏହି ସମୟ ଅଭିନେତ୍ରୀଙ୍କ ପାଇଁ ଆଦୌ ଭଲ ନଥିଲା । କିନ୍ତୁ ଏହି ସମୟରେ ଅଭିନେତ୍ରୀ ଦୁନିଆର ଏହି ସବୁ ଶୁଣୁଥିବା ଖବରକୁ  ଖାତିର ନକରି ଆଗକୁ ବଢିଥିଲେ ।

wp:html
/wp:html

ତାଙ୍କ ଗର୍ଭବତୀ ଥିବ ସମୟକୁ ମଧ୍ୟ ଉପଭୋଗ କରିଥିଲେ । ହେଲେ ଧିରେ ଧୀରେ ନୁସରତ ତାଙ୍କ ସମ୍ପର୍ଖର ପେଡିକୁ ଖୋଲୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନୁସରତ ତାଙ୍କ ପୁଅ ଓ ୟଶ ଦାସଗୁପ୍ତଙ୍କ ସହ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା ​​ଏବଂ ଏହି ବିଶେଷ ଉତ୍ସବରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ପୁଅ ଇଶାନଙ୍କ ଫଟୋ ସେୟାର କରିଥିଲେ। ଦୀପାବଳିରେ ଅଭିନେତ୍ରୀ ନୁସରତ ଜାହାନ ଅନେକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ନୁସରତଙ୍କୁ ଗୋଲ୍ଡେନର ଏମ୍ବ୍ରୋଡୋରୀ ସହିତ ବାଇଗଣୀ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ। ଦୁହେଁ ମଧ୍ୟ ଏକା ରଙ୍ଗର ପୋଷାକ ପିନ୍ଧିଛନ୍ତି ।

wp:gallery {"ids":[538635],"linkTo":"none"} /wp:gallery

କିଛି ଦିନ ପୂର୍ବରୁ ଯେତେବେଳେ ୟଶଦାସ ଗୁପ୍ତାଙ୍କ ଜନ୍ମଦିନ ପାଳନ କରୁଥିଲେ, ନୁସରତ ମଧ୍ୟ ଏକ କେକ୍ ସହିତ ଏକ କାହାଣୀ ଲେଖି ସେୟାର କରିଥିଲେ । ଯେଉଁଥିରେ ୟଶ ଦାସ ଏବଂ ସ୍ୱାମୀ ବୋଲି ଲେଖାଯାଇଥିଲା । ତେଣୁ ନୁସରତଙ୍କ ସିନ୍ଦୁର ପ୍ରୟୋଗ କରିବା ଏତେ ବଡ କଥା ନୁହେଁ । ହଁ, ୟଶ ଏବଂ ନୁସରତ ବିବାହିତ ନୁହଁନ୍ତି, କିନ୍ତୁ ଏହି ଦମ୍ପତିଙ୍କୁ ଦେଖି ଲାଗୁନଥିଲା କି ଏମାନେ ବିବାହ କରିନାହାନ୍ତି ହେଲେ  ଦୁହିଁଙ୍କ କେମେଷ୍ଟ୍ରୀ ଖୁବ୍‌ ଜମୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.