oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ମଥାରେ ସିନ୍ଦୁର, ମେହେନ୍ଦି ଲଗା ହାତରେ ନାଲି ନାଲି ଚୁଡି ପିନ୍ଧି ଲୋକସଭାରେ ପହଞ୍ଚିଲେ ସାଂସଦ ନୁସରତ ଜହାଁ, ଦେଖନ୍ତୁ ଫଟୋ

25/06/2019 at 5:12 PM

ପଶ୍ଚିମବଙ୍ଗ ନିର୍ବାଚନରେ ଟଲିଉଡ ଷ୍ଟାର ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଏହି ନବ ବିବାହିତା ଅଭିନେତ୍ରୀ ସାଂସଦ ନୁସରତ ଜହାଁ ଶପଥ ନେବା ପାଇଁ ଭିନ୍ନ ଅନ୍ଦାଜରେ ପହଞ୍ଚିଥିଲେ ଲୋକସଭାରେ।

ରିଅଲ ଲାଇଫରେ ପ୍ରଥମ ଥର ପାଇଁ ତାଙ୍କୁ ଏହି ବେଙ୍ଗଲି ଅବତାରରେ ସ୍ପଟ୍‌ କରାଯାଇଛି। ମଥାରେ ସିନ୍ଦୁର ଲଗାଇ, ମେହେନ୍ଦି ଲାଗିଥିବା ହାତରେ ଚୁଡି ପିନ୍ଧି ଯାଇଥିବା ନୁସରତ ସେଠାରେ ସମସ୍ତଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ।

ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି।

୧୦୧୦ମସିହାର ବିୟୁଟି କଣ୍ଟେଷ୍ଟରେ ଫେୟାର ୱାନ ମିସ କୋଲକାତା ଭାବେ ଜିତିଥିଲେ ନୁସରତ। ଏହା ପରେ ସେ ମଡେଲିଂରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଧିରେ ଧିରେ ମଡେଲିଂ ପରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ନୁସରତ ଜହାଁ ମଡଲିଂଗ କରି ଟଲିଉଡରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।ଫିଲ୍ମ ଶୋତ୍ରୁରେ ଅଭିନୟ କରି ସେ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।

 ପଶ୍ଚିମବଙ୍ଗର ସେ ଜଣେ ଦାମି ଅଭିନେତ୍ରୀ।ଏବେ କିଛି ଦିନ ତଲେ ନୁସରତଙ୍କ ବିବାହ ତାଙ୍କ ପ୍ରେମିକ ନିଖିଲ ଜୈନ୍‌ଙ୍କ ସହ ହୋଇଛି। ନୁସରତ ଓ ନିଖିଲ ବିବାହ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା।


   Related Posts