ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

Published By : Prameya-News7 Bureau | March 05, 2019 IST

ପଟ୍ଟାମୁଣ୍ଡେଇ ୫/୩ : ନର୍ସିଂଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତଗର୍ତ୧୯ ନମ୍ବର ୱାର୍ଡରେ ବେଲତଳ ଗାଁରେ ଏକ ଭଡା ଘରେ ରହୁଥିଲେ ନର୍ସିଙ୍ଗ ଛାତ୍ରୀ । ମୃତ ଛାତ୍ରୀ ହେଲେ ସରୋଜିନୀ ଦାସ । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ସରୋଜିନୀଙ୍କ ପ୍ରୂତଦେହ ଉଦ୍ଧାର କରିଛି ପଟ୍ଟାମୁଣ୍ଡାଇ ପୋଲିସ ।

{"id":90741}

ସରୋଜିନୀଙ୍କ ଘର ଯାଜପୁରର ଇଟାପଡ଼ାଗାଁରେ ବୋଲି ଜଣାପଡିଛି । ସରୋଜିନୀ ଏକ ଭଡା ଘରେ ରହି ରମାଦେବୀ ନର୍ସିଂ କଲେଜରେ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି | ପଟାମୁଣ୍ଡାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

{"id":90742}

ପରିପାର୍ଶ୍ଵିକ ସୂତ୍ରରୁ ପୋଲିସ ସନ୍ଦେହ କରୁଛି ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ହୋଇଥାଇପାରେ | କିନ୍ତୁ କିଛି ସ୍ପଷ୍ଟ ହୋଇନାହିଁ | ସରୋଜିନୀଙ୍କ ପରିବାର ଲୋକେ ଆସି ପହଂଚିଛନ୍ତି | ସରୋଜିନୀଙ୍କ ପରିବାର ଲୋକେ କହିଛନ୍ତି ଯେ, ଜଣେ ଯୁବକ ସରୋଜିନୀଙ୍କୁ ସବୁବେଳେ ଫୋନ କରି ହଇରାଣ ହରକତ କରିବା ସହ ଧମକ ମଧ୍ୟ ଦେଉଥିଲା | ତେବେ ସରୋଜିନୀ ଯୁବକ ପାଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ମାରି ଝୁଲାଇ ଦେଇଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ | ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛି | ପରିବାର ଲୋକେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.