ବିନା ଡାକ୍ତରରେ ଚାଲିଥିଲା ନର୍ସିଂହୋମ୍, ଡାକ୍ତର ନିଯୁକ୍ତି ନହେବା ଯାଏଁ ବ୍ୟବହାର କରିପାରିବନି ଅଲ୍‌ଟ୍ରାସାଉଣ୍ଡ ମେସିନ୍

Published By : Prameya-News7 Bureau | February 28, 2024 IST

ଜୟପୁର ୨: ବିନା ଡାକ୍ତରରେ ଅଲଟ୍ରାସାଉଣ୍ଡ ମେସିନ୍ ରଖିବା ଅଭିଯୋଗରେ ଜୟପୁର ଦୋଳମଣ୍ଡପ ସାହିରେ ଥିବା ଗୌରୀଶଙ୍କର ନର୍ସିଂହୋମ୍ ଉପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଚଢାଉ । ଡାକ୍ତର ନିଯୁକ୍ତି ନହେବା ଯାଏଁ ମେସିନ ଆଉ ବ୍ୟବହାର କରିପାରିବନି ନର୍ସିଂହୋମ୍ ।

୬ ମାସ ତଳେ ଅଲଟ୍ରାସାଉଣ୍ଡ ମେସିନ ରଖି ରୋଗୀ ସେବା କରିବାକୁ ଏହି ନର୍ସିଂହୋମକୁ ଅନୁମତି ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିଲା । ହେଲେ ୬ ମାସ ପରେ ବି ନର୍ସିଂହୋମ ଡାକ୍ତର ନିଯୁକ୍ତି ଦେଇନଥିବାରୁ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବିନା ଡାକ୍ତରରେ ଅଲଟ୍ରାସାଉଣ୍ଡ ମେସିନ ରଖିଲେ ଏହାର ଅପବ୍ୟବହାର ହୋଇପାରେ । ତେଣୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜୟପୁର ଉପଜିଲ୍ଲାପାଳ କହିଛନ୍ତି । ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି ଯେଉଁଠି ବି ବେଆଇନ ଭାବେ କ୍ଳିନିକ୍ କିମ୍ବା ନର୍ସିଂହୋମ ଏପରି ମେସିନ ରଖିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You Can Read :

wp:embed {"url":"https://www.prameyanews7.com/cm-inaugurated-manmath-manoj-smaraki-at-balasore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-inaugurated-manmath-manoj-smaraki-at-balasore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.