LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶିକ୍ଷା ଅନୁସଂଧାନ ଡିମଡ ଟୁବି ୟନିର୍ଭରସିଟିର ନର୍ସିଂ ବିଭାଗରେ ଅନୁଷ୍ଠିତ ହୋଇଛି ନର୍ସିଂ ଦିବସ

12/05/2018 at 3:21 PM

ନର୍ସ ବା ସେବିକା ମାନଙ୍କର ବହୁମୁଲ୍ୟ ଅବଦାନ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ସେବିକା ମାନଙ୍କୁ ଏହି ନୋବଲ ପ୍ରଫେସନ ର ଗୁରୁ ଦାୟିତ୍ବ ବିଷୟରେ ଜଣାଇବାକୁ ନେଇ ପାଳିତ ହୋଇଛି ସେବିକା ଦିବସ । ଶିକ୍ଷା ଓ ଅନୁସଂଧାନ ଡିମଡ ଟୁବି ୟୁନିଭରସିଟି ର ନର୍ସିଂ ବିଭାଗ ରେ ଏନେଇ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏଠାକାର ନର୍ସିଂ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଦିବସର ମହତ୍ବ କୁ ନେଇ ପିଲାମାନଙ୍କୁ କରାଯାଇଛି ସଚେତନ ।ଏଥିସହ ଜନ ସାଧାରଣ ଜେଭଳି ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ଏବଂ ଏନେଇ ନର୍ସମାନେ କିଭଳି ସେମାନଙ୍କୁ ସଚେତନ କରାଇବେ ସେନେଇ ମଧ୍ର ଦିଆଯାଇଛି ଶିକ୍ଷା ।
ସେପଟେ ଛତ୍ର ଛାତ୍ରୀ ମାନେ ମଧ୍ୟ ଏଭଳି ଏକ ପ୍ରଫେସନ କୁ ନେଇ ବେସ ଆନନ୍ଦିତ ଓ ଗର୍ବିତ ମନେ କରିବା ପ୍ରକାଶ କରିଛନ୍ତି କାର୍ଯ୍ୟକ୍ରମ ରେ । ଏହା ଏଭଳି ଏକ ମାଧ୍ୟମ ଯେଉଁଥିରେ ଲୋକମାନଙ୍କ ସେବା କରିବା ପାଇଁ ମିଳିଥାଏ ଏକ ବଡ ସୁଯୋଗ ।ତେଣୁ ଏହି ପ୍ରଫେସନ ଜରିଆରେ ମାନବ ସେବାକୁ ଗୁରୁତ୍ବ ଦେବା ଓ ସବୁବେଳେ ତତ୍ପର ରହିବାକୁ ପାଠ୍ୟକ୍ରମ ଆରମ୍ଭ ରେ ଯେଉଁ ସପଥ ନେଇଥାନ୍ତି ତାକୁ ନିଜନିଜ ସ୍ତରରେ ସଫଳ ତା ର ସହ ପାଳନ କରିବାକୁ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକରିବେ ବୋଲି ଜଣାଇଛନ୍ତି ।
ନର୍ସିଂ ଏକ ଏଭଳି ବୃତି ଯାହାକୁ ନେଇ ବହୁ ବଡ ବଡ ବ୍ୟକ୍ତିମାନେ ଆଦରିଛନ୍ତି ।ଏପରିକି ମଦର ଟେରେସା ଙ୍କ ପରି ସବୁବେଳେ ଏହି ପ୍ରଫେସନକୁ ବେସ ଗୁରୁତ୍ବ ଦେଇଥିବା ଦେଖିବାକୁ ମିଳିଛି ।ତେଣୁ ସମାଜରେ ଏହାକୁ କୁ କେବଳ ଏକ ବୃତି ନୁହେଁ ବରଂ ଏକ ସମାଜସେବା ର ବଡ ମାଧ୍ୟମ ବୋଲି ଗ୍ରହଣ କରାଯାଏ ।

Leave a Reply

   Related Posts