ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସିଂ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

7/07/2022 at 10:55 PM

ସୋର, ୦୭/୦୭: ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍ସା ରାଣି ବେହେରା ବାଲେଶ୍ବର ସ୍ଥିତ ଜ୍ୟୋତି ହସ୍ପିଟାଲରେ ନର୍ସିଂର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତ ରବିବାର ରାତିରେ ଗଙ୍ଗାଧରଙ୍କ ନିକଟକୁ କଲେଜରୁ ଝିଅ ଗୁରୁତର ଅଛି ଶିଘ୍ର ଜ୍ୟୋତି ହସ୍ପିଟାଲରେ ପହଞ୍ଚିବାକୁ ଫୋନ ଆସିଥିଲା ।

ପରିବାର ଲୋକ ପହଞ୍ଚିବା ପରେ ଝିଅ ଗୁରୁତର ଅବସ୍ଥାରେ ଆଇ.ସି.ୟୁ.ରେ ଥିବା ଦେଖିଥିଲେ । ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି ।

   Related Posts