ପିଜୁଳି ଗଛରେ ଚଢ଼ିବାକୁ ମନା କରିବାରୁ ନାବାଳିକାଙ୍କୁ ନିସ୍ତୁକ ମାଡ଼ ମାରିଲା ନର୍ସ : ମାମଲା ରୁଜୁ
15/07/2019 at 12:09 PM

ସୁନ୍ଦରଗଡ଼ ୧୫/୭: ନାବାଳିକାଙ୍କୁ ନର୍ସଙ୍କ ମାଡ଼ ଅଭିଯୋଗ ହୋଇଛି । ଜଣେ ୧୨ ବର୍ଷିୟ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ମାଡ ମରାଯାଇଛି ।

ରାଉରକେଲା ଲାଠିକଟାରୁ ଏହି ଅଭିଯୋଗ ଆସିଛି । ବନ୍ଦିତା ବାଗ ନାମକ ଜଣେ ନର୍ସ ତାଙ୍କ ପଡ଼ୋଶୀ ପ୍ରଫୁଲ ଦୋରାଙ୍କ ଝିଅକୁ ଗତ ୧୨ ତାରିଖରେ ପିଜୁଳି ଗଛରେ ଚଢ଼ି ପିଜୁଳି ତୋଳିବାକୁ କହିଥିଲେ । ନାବାଳିକା ମନା କରିବାରୁ ତାକୁ ଚୋରର ଆଖ୍ୟା ଦେଇ ହାତ ଗୋଡ଼ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କୁ ସେ ମାତ୍ର ୨ଟି ବିସ୍କୁଟ ଖାଇବାକୁ ଦେଇ ସାରା ରାତି ମାଡ ମାରିଥିଲେ । ସକାଳୁ ତାଙ୍କୁ ଛାଡି ଦେଇଥିଲେ ।

ନାବାଳିକାଙ୍କ ମା କର୍କଟ ରୋଗରେ ପୀଡିତ ଥିବା ବେଳେ ତାଙ୍କ ବାପା ପ୍ରଫୁଲ ଦୋରା ଦିନ ମଜୁରିଆ । ଏପରିକି ଗତକାଲି ତାଙ୍କ ମା ଆଖି ବୁଜି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଲାଠିକଟା ଥାନାର ଦ୍ବାରସ୍ଥ ହେବା ପରେ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ନାବାଳିକାଙ୍କ ସୁରକ୍ଷା ପାଇଁ ଡ଼ାକ୍ତର ତୁରନ୍ତ ରାଉରକେଲା ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ଷ୍ଟାଫ୍ ସେଣ୍ଟର କୁ ଖବର ଦେଇଥିବା ବେଳେ ଏବେ ନାବାଳିକା ସେଠାରେ ଅଛନ୍ତି ।