ନୂପୁର ଶର୍ମାଙ୍କୁ ମିଳିଲା ଗନ୍‌ ଲାଇସେନ୍ସ, ଏବେ ପାଖରେ ରଖିପାରିବେ ବନ୍ଧୁକ, ପୈଗମ୍ବର ବିବାଦ ପରଠାରୁ ଅଛନ୍ତି ଅଣ୍ଡରଗ୍ରାଉଣ୍ଡ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ ୧୨।୧:  ବିଜେପିରୁ ନିଲମ୍ବିତ ନୂପୁର ଶର୍ମାଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଛି। ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଲାଗି ନୂପୁରଙ୍କୁ  ହତ୍ୟା ଧମକ ମିଳୁଥିଲା। ଏଣୁ ଜୀବନ ବଞ୍ଚାଇବା ପାଇଁ ନୂପୁର ଏବେ ନିଜ ପାଖରେ ବନ୍ଧୁକ ରଖି ପାରିବେ। ଦିଲ୍ଲୀ ପୋଲିସର ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ବିବାଦ ପରଠାରୁ ନୂପୁର ଶର୍ମା ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ଗତବର୍ଷ ଏକ ଟିଭି ସୋରେ ନୂପୁର ଶର୍ମା ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ।

{"id":732286,"sizeSlug":"full","linkDestination":"none"}

ନୂପୁରଙ୍କ ଏହି ବୟାନକୁ ସାରା ଦେଶରେ ମୁସଲମାନ ମାନେ ବିରୋଧ କରିଥିଲେ। ଏଥିଲାଗି ବିଭିନ୍ନ ସ୍ଥାନରେ ହିଂସକ ପ୍ରଦର୍ଶନ ମଧ୍ୟ ହୋଇଥିଲା। କେତେକ ଇସ୍ଲାମିକ୍ ଦେଶ ମଧ୍ୟ ବୟାନକୁ ନିନ୍ଦା କରି ବୟାନ ଜାରି କରିଥିଲେ। ଏହା ପରଠାରୁ ନୂପୁର ଶର୍ମାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳୁଥିଲା। ତେବେ ନୂପୁର ଶର୍ମା ତାଙ୍କ ବୟାନ ପ୍ରତ୍ୟାହାର କରିବା ସହ କାହାର ଧାର୍ମିକ ଭାବନାକୁ ଆହତ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ବୋଲି କହିଥିଲେ। ତେବେ ତାଙ୍କ ବୟାନକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କାରଯାଇଥିବାବେଳେ ସୁପ୍ରିମ କୋର୍ଟ ନୂପୁରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ଓ କହିଥିଲେ ଦେଶକୁ ନିଆଁକୁ ମୁହାଁଇ ଦେଇଛ। ତେବେ ଗତ ଅଗଷ୍ଟମାସରେ ସୁପ୍ରିମକୋର୍ଟ ନୂପୁରଙ୍କ ଜୀବନ ପ୍ରତି ବିପଦ ଥିବା ସ୍ୱୀକାର କରିଥିଲେ ଓ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କୋର୍ଟ କ୍ଲବ କରିଦେଇଥିଲେ, ଯେପରି ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତରେ ସାମିଲ ହେବା ଲାଗି ତାଙ୍କୁ ବିଭିନ୍ନ ରାଜ୍ୟକୁ ଯିବାକୁ ନପଡେ।

{"id":732287,"width":841,"height":552,"sizeSlug":"full","linkDestination":"none"}

ନୂପୁରଙ୍କ ପ୍ରତି ସୋସିଆଲ ମିଡିଆରେ ସମର୍ଥନ କରିଥିବା ୨ ଜଣଙ୍କୁ ନୃଶଂସ ହତ୍ୟା କରାଯାଇଥିଲା। ଏଥିରୁ ନୂପୁରଙ୍କ ଜୀବନ ପ୍ରତି କେତେ ବିପଦ ରହିଛି ତାହା ହେବଳ ଅନୁମାନ କରାଯାଇପାରେ। ନୂପୁରଙ୍କ ସମର୍ଥନ ଲାଗି ମହାରାଷ୍ଟ୍ର ଅମରାବତୀରେ ୫୪ ବର୍ଷ ବୟସ୍କ ଜଣେ କେମିଷ୍ଟଙ୍କୁ ଛୁରୀ ମାରି ହତ୍ୟା କରାଯାଇଥିଲା। ସେହିପରି ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ ନାମକ ଜନୈକ ଟେଲଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.