ଉଦୟପୁର ଘଟଣାରେ ଟିଭିରେ କ୍ଷମା ମାଗନ୍ତୁ ନୂପୁର ଶର୍ମା: ସୁପ୍ରିମକୋର୍ଟ

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ ୦୧/୦୭: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା । ସୁପ୍ରିମକୋର୍ଟ କହିଛନ୍ତି ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଏଥିସହ ଉଦୟପୁର ଘଟଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦାୟୀ କରିଛନ୍ତି ।

ତାଙ୍କ ପାଇଁ ଏଭଳି ଘଟଣା ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି । ସୂଚନା ଥାଉକି, ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଟ୍ରାନ୍ସଫର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ନୁପୁର ।

ତାଙ୍କର ଏହି ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ‘ତାଙ୍କ ମନ୍ତବ୍ୟ ସାରା ଦେଶରେ ଲୋକଙ୍କ ମନରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା । ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଦାୟୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.