ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

କାନାଡାରୁ ୫ହଜାର ଟଙ୍କା ନେଇ ଭାରତ ଆସିଥିଲେ ନୋରା, ଏବେ ୩୯ କୋଟିର ମାଲିକାଣୀ

6/02/2023 at 11:57 AM

ମୁମ୍ଵାଇ ୦୬।୦୨: ସଲମାନଙ୍କ ବିଗ୍ ବସ୍ ରିଆଲିଟି ସୋ ମାଧ୍ୟମରେ ନୋରା ଫତେହି ଚର୍ଚ୍ଚାରେ ରହିଥିଲେ। ବିଗ୍ ବସ୍ ସିଜିନ୍‌-୧୦ରେ, ନୋରା ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିଥିଲେ । ହେଲେ ସେ ଏହି ଶୋ’ର ବିଜେତା ହୋଇନଥିଲେ। କିନ୍ତୁ ଏହା ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା।  ବଲିଉଡ ଇଣ୍ଡଷ୍ଟ୍ରି ତାଙ୍କର ଖାତା ଖୋଲି ଦେଇଥିଲା ।  ଆଜି ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ଟପ୍‌ ଡ୍ୟାନ୍ସର ବିଷୟରେ କଥାବାର୍ତ୍ତା କରାଯାଏ। ସେତେବେଳେ ନୋରାଙ୍କ ନାମ ପ୍ରଥମ ଆସେ । ନୋରା ବର୍ତ୍ତମାନ ଭାରତର ପ୍ରିୟ ଆଇଟମ୍ ଗର୍ଲ ପାଲଟିଛନ୍ତି ।

This Time In White, Nora Fatehi Looks Perfect In Sequinned Saree

ଆଜି ନୋରା ଫତେହିଙ୍କ ଜନ୍ମଦିନ । ସେ ୬ଫେବୃଆରୀ ୧୯୯୧ରେ କାନାଡାର କ୍ୟୁବେକ୍‌ ସହରରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୩୧ ବର୍ଷ ପଦାର୍ପଣ କରିଛନ୍ତି। ହେଲେ ନୋରା ୨୦୧୪ ମସିହାରୁ ହିନ୍ଦୀ ସିନେମା ସହିତ ଜଡିତ ଅଛନ୍ତି। ୨୦୧୮ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ର’ ଦିଲବର ଦିଲବର୍ ‘ଗୀତରେ ଧମାଲ କରିଥିଲେ। ଏହି ଗୀତ ପରେ ସେ ଦର୍ଶକଙ୍କ ହୃଦୟ ଏବଂ ମନକୁ କାବୁ କରିଥିଲେ ।

Nora Fatehi Looks Ravenous In A Gothic Black Bejewelled Bodycon Outfit,  Flaunting Her Curvaceous Figure She Took Our Breath Away!

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୋରା ଯେତେବେଳେ କାନାଡାରୁ ଭାରତ ଆସିଥିଲେ, ସେତେବେଳେ ତାଙ୍କର ମାତ୍ର ୫ ହଜାର ଟଙ୍କା ଥିଲା, କିନ୍ତୁ ଆଜି ସେ ଜଣେ କୋଟିପତି । ଥରେ ନୋରା ତାଙ୍କ ସଂଘର୍ଷ ଦିନର କାହାଣୀକୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ । ରିପୋର୍ଟ ଅନୁଯାୟୀ, ନୋରା କହିଥିଲେ ଯେ ଯେତେବେଳେ ସେ ଭାରତ ଆସିଲେ ସେତେବେଳେ ତାଙ୍କ ସହ ମାତ୍ର ୫୦୦୦ ଟଙ୍କା ନେଇ ମୁମ୍ବାଇରେ ପହଞ୍ଚିଥିଲେ। ତଥାପି, ଯେଉଁ ଏଜେନ୍ସି ସହିତ ସେ କାମ କରୁଥିଲେ, ସେ ସପ୍ତାହରେ ୩୦୦୦ ଟଙ୍କା ପାଉଥିଲେ।

Nora Fatehi Looked Dreamy in a Glittery Bodycon Dress at the FIFA World Cup  2022 → FHM India

୨୦୨୨ ମସିହାରେ, ଡ୍ୟାନ୍ସ ସେନସେସନ ନୋରାଙ୍କର ୩୯ କୋଟି ମୂଲ୍ୟର ସମ୍ପତ୍ତି ଅଛି । ଖବର ଅନୁଯାୟୀ, ନୋରା ଗୋଟିଏ ଡ୍ୟାନ୍ସ ପାଇଁ ନୋରା ୪୦ ରୁ ୫୦ ଲକ୍ଷ ଟଙ୍କା ଆଦାୟ କରନ୍ତି । ଏଥି ସହିତ ସୋସିଆଲ ମିଡିଆରେ ବିଜ୍ଞାପନ ବାଣ୍ଟିବା ପାଇଁ ସେ ୫ ରୁ ୭ଲକ୍ଷ ଟଙ୍କା ନେଇଥାନ୍ତି। ଖବର ଅନୁଯାୟୀ ଗୁରୁ ରାନ୍ଧୱାଙ୍କ ଗୀତ ‘ନାଚ ମେରୀ ରାନୀ’ ପାଇଁ ନୋରା ୪୫ ଲକ୍ଷ ଟଙ୍କା ଆଦାୟ କରିଥିଲେ। ନୋରା ହେଉଛି ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଡ୍ୟାନ୍ସର ।

   Related Posts