ନୂଆଦିଲ୍ଲୀ୧୯|୧୦: ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ୍ ସେକ୍ଟରରେ ଜିଓ ସବୁଠୁ ଅଧିକ ଲୋକପ୍ରିୟ ନେଟଓ୍ବାର୍କ ହୋଇଛି। କିଛି ମାସ ମଧ୍ୟମରେ ଜିଓ ସହ ନୂଆ ୟୁଜର୍ସ ମଧ୍ୟ ଯୋଡ଼ି ହୋଇଛନ୍ତି। ଏୟାରଟେଲ, ଭୋଡ଼ାଫୋନ ଓ ଆଇଡିଆ ଭଳି ନେଟ୍ଓ୍ବାର୍କଗୁଡିକୁ ଜିଓ ପଛରେ ପକାଇ ଦେଇଛି। ଜିଓ ପାଇଁ ଅନ୍ୟ ନେଟଓ୍ବାର୍କଗୁଡିକୁ ସହିବାକୁ ପଡ଼ିଛି।
TRAI ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ ୮୪ ଲକ୍ଷ ନୂଆ ଗ୍ରାହକ ଜିଓ ସହ ଯୋଡି ହୋଇଛନ୍ତି। ଏଥିସହ କମ୍ପାନୀ ସବସ୍କ୍ରାଇବର ବେସ୍ ଏବେ ୪୩୮ ମିଲିୟନରେ ପହଞ୍ଚିଛି। ପ୍ରତିଯୋଗୀତା ଭାବେ ଦେଖିଲେ ଜିଓ ୨.୪୯ ପ୍ରତିଶତ ଗ୍ରୋଥ କରିଛି।
TRAIର ସୂଚନା ମୁତାବକ ଅଗଷ୍ଟ ମାସରେ ୫ ଲକ୍ଷ ୟୁଜର୍ସ ଏୟାରଟେଲ ଛାଡି ଜିଓ ସହ ଯୋଡି ହୋଇଛନ୍ତି। ଯେଉଁଥି ପାଇଁ ଏୟାରଟେଲର ସବସ୍କ୍ରାଇବର ବେସ ୩୨୭ ମିଲିୟନକୁ ଖସି ଆସିଛି। ସେହିପରି ୪.୯ ମିଲିୟନ ଗ୍ରାହକ ଭୋଡ଼ଫୋନ ଛାଡି ସରକାରୀ ଟେଲିକମ୍ ବିଏସଏନଏଲ ସହ ଯୋଡି ହୋଇଛନ୍ତି। ଏଥିସହ ୨ ଲକ୍ଷ ଗ୍ରାହକ ବିଏସଏନଏଲ ଛାଡିବା ପରେ ବିଏସଏନଏଲର ସବସ୍କ୍ରାଇବର ବେସ୍ ୧୧.୬୨ କୋଟିକୁ ଖସି ଯାଇଛି।
ରିଲାନ୍ସ ଜିଓ ନିଜର ୫ଜି ବ୍ରଣ୍ଡବ୍ୟାଣ୍ଡ ସର୍ଭିସ ଧୀରେ ଧୀରେ ବିଭିନ୍ନ ସହରରେ ଆରମ୍ଭ କରି ଦେଇଛି। ଖୁବ୍ ଶୀଘ୍ର ଏହି ସୁବିଧା ପୂରା ଦେଶରେ ଉପଲବ୍ଧ ହେବ ବୋଲି ଜିଓ ଅଧିକାରୀ କହିଛନ୍ତି। ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ଆସନ୍ତା ମାସରେ ଜିଓ ଗ୍ରାହକଙ୍କୁ ବିଲ ଦେବାକୁ ପଡିବ ନାହିଁ। କାହିଁନା ଜିଓ ଇଣ୍ଟିଗ୍ରେଟେଡ୍ ବିଲିଙ୍ଗ୍ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। ଅଲଗା ଅଲଗା ବିଲ ଦେବା ବଦଳରେ ଏବେ ଗୋଟିଏ ବିଲ ଦେବା ପାଇଁ ଜିଓ ସୁବିଧା କରୁଛି।