scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPLରେ ବଢିବ ମ୍ୟାଚ୍ ସଂଖ୍ୟା, ଆଇସିସି ସହିତ ଯୋଗାଯୋଗରେ ବିସିସିଆଇ

18/06/2022 at 7:46 PM

ନୂଆଦିଲ୍ଲୀ: ଆଗାମୀ ସଂସ୍କରଣରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପାଞ୍ଚ ସଂଖ୍ୟା ବଢିବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ଅଧିକାର ପାଇଁ ୪୮,୩୯୦ କୋଟି ଟଙ୍କାର ରାଜସ୍ୱ ହାସଲ ପରେ ବିସିସିଆଇ ସଂପାଦକ ଜୟ ଶାହ ଦାବି କରିଛନ୍ତି ଯେ, ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଲିଗର ସମୟ ବୃଦ୍ଧି କରାଯିବ । ଏଥିସହ ମ୍ୟାଚ୍ ସଂଖ୍ୟା ବଢାଯିବ । ଏହା ସ୍ପଷ୍ଟ କରି ଶାହ କହିଛନ୍ତି ଆଇପିଏଲର ସମୟ ସୀମା ବଢାଇବା ନେଇ ବିସିସିଆଇ ଲଗାତାର ଆଇସିସି ଏବଂ ଅନ୍ୟ ଦେଶ ସହିତ ଯୋଗାଯୋଗରେ ଅଛି । ସେ କହିଛନ୍ତି କ୍ରିକେଟ୍ କ୍ୟାଲେଣ୍ଡରରେ ଆଇପିଏଲ ଏକ ବଡ ଟୁର୍ଣ୍ଣାମେଣ୍ଟରେ ପରିଣତ ହୋଇଛି ।

ଶାହ କ୍ରିକବଜ ସହ ଆଲୋଚନା ବେଳେ କହିଛନ୍ତି, ଆମେ ନିଜର ସାଥୀ ସଦସ୍ୟ ବୋର୍ଡ ଏବଂ ଆଇସିସି ସହିତ ଆଇପିଏଲ ପାଇଁ ଏକ ବଡ ୱିଣ୍ଡୋ ବିଷୟରେ ଆଲୋଚନା କରୁଛୁ । ବାର୍ଷିକ କ୍ରିକେଟ୍ କ୍ୟାଲେଣ୍ଡରରେ ଆଇପିଏଲ ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଲଟିଛି । ଏହା ଏବେ କେବଳ ଏନଏଫଏଲଠୁ ପଛରେ ରହିଛି । ଆଇପିଏଲ ଏମିତି ଏକ ମଞ୍ଚ ଯେଉଁଠି ବିଶ୍ୱର ବଡ ବଡ ଖେଳାଳି ଅଂଶଗ୍ରହଣ କରୁଛନ୍ତି । କ୍ରିକେଟକୁ ଆଇପିଏଲ ଏକ ଭିନ୍ନ ସ୍ତରକୁ ନେଇଥିବା କହିଛନ୍ତି ଶାହ।

କେବଳ କ୍ରିକେଟର ନୁହନ୍ତି ବରଂ କିଛି ଦିଗଜ ମଧ୍ୟ ଏବେ ଆଇପିଏଲରେ କୋଚ୍ ଭାବେ କାମ କରୁଛନ୍ତି । ଏହା ଏକ ଚମତ୍କାର ମଞ୍ଚ ଏବଂ ସଭିଙ୍କୁ ଆକର୍ଷିତ କରିଥାଏ । କାରଣ ଏଠାରୁ ମିଳୁଥିବା ଅନୁଭବ ଅମୂଲ୍ୟ ଅଟେ । ଯେମିତି ଯେମିତି ଆମେ ଆଗକୁ ବଢିବୁ ମ୍ୟାଚ୍ ସଂଖ୍ୟା ବଢି ଚାଲିବ ବୋଲି ବିସିସିଆଇ ସଂପାଦକ ଜୟ ଶାହ କହିଛନ୍ତି । ଆଇପିଏଲ ୨୦୨୨ ସିଜିନରେ ୧୦ ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ୭୪ଟି ମ୍ୟାଚ୍ ଖେଳା ଯାଇଛି । ଏବେ ଆଶା କରାଯାଉଛି ଯେ, ଆଇପିଏଲରେ ଏବେ ପ୍ରତ୍ୟେକ ସିଜିନରେ ୮୪ କିମ୍ବା ୯୪ ମ୍ୟାଚ୍ ଖେଳାଯିବ ।

   Related Posts