scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶରେ ବଢ଼ୁଛି କୋଟିପତିଙ୍କ ସଂଖ୍ୟା: ଗତ ୩ ବର୍ଷରେ ୫୦ ପ୍ରତିଶତ ବୃଦ୍ଧି

20/08/2023 at 10:44 PM

ନୂଆଦିଲ୍ଲୀ: ବିଗତ କିଛି ବର୍ଷରେ ଦେଶରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସମୟ ସମୟରେ ଧନିଙ୍କ ସଂଖ୍ୟା ବୃଦ୍ଧି ନେଇ ରିପୋର୍ଟ ପ୍ରକାଶ ପାଉଥିଲେ ବି ଏବେ ଆୟକର ତଥ୍ୟ ଆୟକର ଏହା ସ୍ପଷ୍ଟ କରିଛି। ତଥ୍ୟ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ନୂଆ କୋଟିପତିଙ୍କ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ବଢ଼ିଲେ କୋଟିପତି କରଦାତାଙ୍କ ତାଲିକା

ସିବିଡିଟି ତଥ୍ୟ ଅନୁଯାୟୀ, ଗତ ତିନୋଟି ଆର୍ଥିକ ବର୍ଷରେ ୧ କୋଟିରୁ ଅଧିକ ଆୟ କରୁଥିବା ବ୍ରାକେଟରେ ଦ୍ରୁତ ବୃଦ୍ଧି ହୋଇଛି। ଗତ ୩ ବର୍ଷରେ, ୫୭,୫୯୧ ନୂଆ କୋଟିପତି କରଦାତା ୧ କୋଟିରୁ ଅଧିକ ରୋଜଗାର କରୁଥିବା ବ୍ରାକେଟ ଅଧିନରେ ଆସିଛନ୍ତି। କୋଭିଡ ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଏହିଭଳି ଟିକସଦାତାଙ୍କ ସଂଖ୍ୟା ୧,୧୧,୯୩୯ ଥିଲା, ହେଲେ ୨୦୨୨-୨୩ରେ ସେମାନଙ୍କ ସଂଖ୍ୟା ୧,୬୯,୮୯୦କୁ ବୃଦ୍ଧି ପାଇଛି। ଏଇ ତିନି ବର୍ଷ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬-୧୭ରେ, ଏହିପରି ଟିକସଦାତାଙ୍କ ସଂଖ୍ୟା ମାତ୍ର ୬୮,୨୬୩ ଥିଲା।

ଏହି ମାତ୍ର ଏମିତି ସମୟରେ  ବୃଦ୍ଧି ପାଇଛି ଯେତେବେଳେ ଗତ ତିନିବର୍ଷ ମଧ୍ୟରେ କରୋନା ମହାମାରୀର ପ୍ରଭାବ ଦୀର୍ଘ ସମୟ ଧରି ରହିଥିଲା। ମହାମାରୀ ଯୋଗୁ ଦେଶ ମାସ ମାସ ଧରି ବନ୍ଦ ରହିଥିଲା। ଯେଉଁଥିପାଇଁ ଲକ୍ଷ ଲକ୍ଷ କାରଖାନାରେ କାମ ବନ୍ଦ ହୋଇଗଲା ଏବଂ ବହୁ ସଂଖ୍ୟାରେ ଲୋକ ଚାକିରି ହରାଇଲେ ଓ ବେରୋଜଗାରୀ ବଢ଼ିଲା। ଗତ ତିନିବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟା ୨୦୨୦-୨୧ ରେ ଥରେ ମାତ୍ର ହ୍ରାସ ପାଇଛି। ସେହିବର୍ଷ, ଏହିପରି କରଦାତାମାନଙ୍କୁ ୮୧,୬୫୩କୁ ହ୍ରାସ ପାଇଥିଲା।

ପଢନ୍ତୁ-ଚଳିତ ମାସରେ FPIରେ ନିବେଶ ହୋଇଛି ୮,୪୦୦ କୋଟି, ଚୀନ୍‌ ଛାଡ଼ି ଭାରତ ଆଡ଼କୁ ମୁହାଁଉଛନ୍ତି ନିବେଶକ

ଏହିସବୁ କାରଣରୁ ବଢ଼ିଛି କୋଟିପତି ଟେକ୍ସପେୟରଙ୍କ ସଂଖ୍ୟା

କୋଟିପତି ଟିକସଦାତାଙ୍କ ସଂଖ୍ୟାରେ ଏହି ବୃଦ୍ଧି ପାଇଁ ଏକାଧିକ କାରଣ ରହିଛି।  ଟିକସ ବିଶେଷଜ୍ଞମାନଙ୍କ ମତରେ ଗତ କିଛି ବର୍ଷ ମଧ୍ୟରେ ଆୟ ଏବଂ ଟିକସ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଏବଂ ପ୍ରଭାବଶାଳୀ ହୋଇପାରିଛି। ଏହା ବ୍ୟତୀତ ଷ୍ଟକ୍ ମାର୍କେଟ୍ ରାଲି, ଷ୍ଟାର୍ଟ ଅପ୍ କମ୍ପାନୀଗୁଡିକର ଆବିର୍ଭାବ, ଅଧିକ ବେତନ ପ୍ରାପ୍ତ ଚାକିରିରେ ବୃଦ୍ଧି ଏବଂ ମୁନଲାଇଟେନିଂ ଭଳି କାରଣଗୁଡିକ ମଧ୍ୟ କୋଟିପତି ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି।

ITR ଦାଖଲରେ ଦ୍ରୁତ ବୃଦ୍ଧିର ରେକର୍ଡ

ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ସରିଯାଇଛି। ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଥିଲା। ଏହା ପରେ ମଧ୍ୟ ଟିକସଦାତାମାନେ ୧୦୦୦ ଟଙ୍କା ଜୋରିମାନା ଦେଇ ରିଟର୍ଣ୍ଣ ଦାଖଲ କରୁଛନ୍ତି। ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ମୋଟ ଲୋକଙ୍କ ସଂଖ୍ୟାରେ ମଧ୍ୟ ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦିଆଯାଇଥିବା ସମୟସୀମା ମଧ୍ୟରେ ୬.୭୫ କୋଟିରୁ ଅଧିକ ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଯାହା ଗତ ସିଜନ ଠାରୁ ଏକ କୋଟିରୁ ଅଧିକ ହେବ।

ପଢନ୍ତୁ-ଭାରତର ସବୁଠାରୁ ମହଙ୍ଗା ସହର ମୁମ୍ବାଇ; ହେଲେ ସବୁଠାରୁ ଶସ୍ତା ସହର କିଏ ?

   Related Posts