scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୁହ ହିଂସା; ୧୨ ଦିନ ପରେ ଖୋଲିଲା ବିଦ୍ୟାଳୟ, ୧୩ ତାରିଖ ଯାଏଁ ଇଣ୍ଟରନେଟ୍ ବନ୍ଦ      

12/08/2023 at 12:40 PM

Schools reopen at Nur

ଚଣ୍ଡିଗଡ଼: ହରିୟାଣା ନୁହରେ ଧୀରେ ଧୀରେ ଶାନ୍ତି ଫେରୁଛି । ହିଂସା ଥମିଯାଇଥିବା ବେଳେ ୧୨ ଦିନ ପରେ ସ୍କୁଲ କଲେଜ ଖୋଲିଛି ।  ନୁହରେ ହିଂସାକାଣ୍ଡ ପାଇଁ ଜୁଲାଇ ୩୧ ତାରିଖରୁ ବନ୍ଦ ଥିଲା ।  ଶୁକ୍ରବାର ବିଦ୍ୟାଳୟ ଖୋଲିଥିଲେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥିତି କମ୍ ରହିଛି । ଶ୍ରେମୀ ଗୁଡ଼ିକ ଖାଲି ଖାଲି ଦେବାକୁ ମିଳିଛି । ଗୁରୁବାର ନୁହ ଉପାୟୁକ୍ତ ଧୀରେନ୍ଦ୍ର ଖଡ଼ଗଟା ଶୈକ୍ଷିକ ସଂସ୍ଥାନ ଖୋଲିବାକୁ ଘୋଷଣା କରିଥିଲେ । ତେବେ ପ୍ରଥମ ଦିନ ସର୍ବନିମ୍ନ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକର କର୍ମଚାରୀମାନେ ଅଗଷ୍ଟ ୮ ତାରିଖରୁ କାର୍ଯ୍ୟାଳୟରୁ ଆସୁଛନ୍ତି । ସେହିପରି ଇଣ୍ଟରନେଟ୍ ଓ ଏସଏମଏସ ସେବା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ହରିୟାଣାର ନୁହ ଜିଲ୍ଲାର ବ୍ରଜମଣ୍ଡଳ ଯାତ୍ରା ସମୟରେ ହିଂସାକାଣ୍ଡ ହୋଇଥିଲା । ମେଓ୍ବାତ ଏବଂ ସୋହନାରେ ଦୁଇ ସମୁଦାୟ ବିବାଦ ଏବେ ଭୀଷଣ ରୂପ ନେଇଥିଲା । ହିଂସା ଧୀରେ ଧୀରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପୀବାରେ ଲାଗିଛି। ଗୁରୁଗ୍ରାମ, ଫରିଦାବାଦରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୁଇ ସମ୍ପ୍ରଦାୟ ମଧ୍ୟରେ ଜୋରଦାର ହିଂସାତ୍ମକ ଘଟଣା ଦେଖାଯାଇଛି । ଜଣେ ଅନ୍ୟ ଗୋଷ୍ଠୀ ଉପରକୁ ପଥର ମାଡ଼ କରିଛନ୍ତି । ଭିଡ଼ ଭିତରେ ପ୍ରାୟ ଶାତଧିକ ଗାଡ଼ି ଭଙ୍ଗାରୁଜା କରିବା ସହିତ ପୋଡ଼ି ଦିଆଯାଇଛି । ଏଥିରେ ଦୁଇ ଜଣ ହୋମ୍ ଗାର୍ଡ ସମେତ ମୋଟ୍ 3ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ପ୍ରଶସାନ ଏହାକୁ ନିୟନ୍ତ୍ରଣ କରିଥିଲା । ଏଥିରେ ଉଭୟ ପକ୍ଷରୁ ଶତାଧିକ ଲୋକ ଗିରଫ ହୋଇଛନ୍ତି ।

   Related Posts