ଚୀନ୍ ଷ୍ଟଡି ରିପୋର୍ଟ; ଆମେରିକାର ନିଦ ହଜାଇ ଦେବ ଉତ୍ତର କୋରିଆ ମିସାଇଲ୍, ୩୩ ମିନିଟରେ ହିଟ୍ କରିବ ଟାର୍ଗେଟ୍

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଲୀ: ଆମେରିକା ପାଇଁ ବିପଦ ଉତ୍ତର କୋରିଆ । ନର୍ଥ କୋରିଆର ମିସାଇଲ୍ ମାଡ଼ରେ ଧ୍ବଂସ ହେବ ଯୁକ୍ତରାଷ୍ଟ୍ର ଆମେରିକା । ୩୩ ମିନିଟରେ ଆମେରିକାରେ ଟାର୍ଗେଟକୁ ହିଟ୍ କରିପାରିବ ଉତ୍ତର କୋରିଆ କ୍ଷେପଣାସ୍ତ୍ର । ଏନେଇ ଚୀନ୍ ବୈଜ୍ଞାନିକଙ୍କ ଷ୍ଟଡି ରିପୋର୍ଟରେ ପ୍ରକାଶ ପାଇଛି । ୟୁଏଏସର ଡିଫେନ୍ସ ମିସାଇଲ୍ ସିଷ୍ଟମ ମଧ୍ୟ ଏହାକୁ ରୋକିବାରେ ବିଫଳ ହେବ ।

ଚୀନ୍ ଷ୍ଟଡି ରିପୋର୍ଟ ଅନୁଯାୟୀ, ଆମେରିକା ଓ ଉତ୍ତର କୋରିଆ ଦୂରତା ଅଧିକ ରହିଥିଲେ ମଧ୍ୟ ଇଣ୍ଟର-କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ଏହାକୁ ଭେଦ କରି ପାରିବ । ନର୍ଥ କୋରିଆ ଏହି କ୍ଷେପଣାସ୍ତ୍ର ପ୍ରାୟ ୩୩ ମିନିଟରେ ଆମେରିକାରେ ପହଞ୍ଚି ପାରିବ । ଖୁବ୍ କମ୍ ସମୟ ମଧ୍ୟରେ ଏହା ଟାର୍ଗେଟ୍ ହିଟ୍ କରିବା ସହିତ ଧ୍ବଂସ କରିବା ପାରିବ ବୋଲି ଚୀନ୍ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି ।

ତିଆନରାନ୍ ନ୍ୟୁକ୍ଲିୟର ବିଶ୍ଳେଷଣ ରିପୋର୍ଟ ଅନୁଯାୟୀ, ନର୍ଥ କୋରିଆର ମିସାଇଲ୍ ସିକ୍ୟୁରିଟି ସିଷ୍ଟମ ଏହାକୁ ରୋକିବାରେ ଫେଲ୍ ମାରିଲେ ଓ୍ବାରହେଡ୍, ଆମେରିକା ଉପରେ ହମଲା କରିପାରନ୍ତି । ଇଣ୍ଟର-କଣ୍ଟିନେଣ୍ଟାଲ ଆମେରିକାର ପଶ୍ଚିମ ଏବଂ ପୂର୍ବ ତଟରେ  ସହଜରେ ଟାର୍ଗେଟକୁ ହିଟ୍ କରିପାରିବ ।

ଦକ୍ଷିଣ ଚୀନ୍ ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ହ୍ବାସଙ୍ଗ-15 ମିସାଇଲ୍ କାଳ୍ପନିକ ପ୍ରକ୍ଷେପଣ ସାମିଲ ରହିଛି । ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ ସିଷ୍ଟମ ଇଞ୍ଜିନିୟରିଂ ବୈଜ୍ଞାନିକ ଟିମ୍‌ଙ୍କ କହିବା ମୁତାବକ, ନର୍ଥ କୋରିଆ ପାଖରେ ୧୩ ହଜାର କିଲୋମିଟର ଲକ୍ଷ୍ୟଭେଦି କ୍ଷେପଣାସ୍ତ୍ର ରହିଛି । ଯାହା ପୂରା ଆମେରିକାକୁ ଟାର୍ଗେଟ୍ କରିବାକୁ ସକ୍ଷମ ହେବ । ବୈଜ୍ଞାନିକଙ୍କ ଗେବଷଣାରୁ ଜଣାପଡ଼ିଛି, ଯଦି ଏହି ମିସାଇଲକୁ ମଧ୍ୟ ନର୍ଥ କୋରିଆରୁ ଲଞ୍ଚ କରାଯାଏ, ତେବେ ୨୦ ସେକେଣ୍ଡ ପରେ ଆମେରିକା ମିସାଇଲ୍ ରକ୍ଷା ବିଭାଗକୁ ଏହାର ସୂଚନା ମିଳିବ । ଏହାକୁ ରୋକିବାକୁ ଆଲାସ୍କାର ଫୋର୍ଟ ଗ୍ରୀଲରୁ ୧୧ ମିନିଟ୍ ପରେ ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ଉଡ଼ାଣ ଭରିବ । ହେଲେ ଏହା ଉତ୍ତର କୋରିଆ କ୍ଷେପାଣସ୍ତ୍ରକୁ ରୋକିବାରେ ଅସଫଳ ହେବ ବୋଲି ଷ୍ଟଡି ରିପୋର୍ଟରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.