ଭଦ୍ରକ କଲାମ ଦ୍ୱୀପରୁ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲ୍‌ ଅଗ୍ନି-୪ ସଫଳ ପରୀକ୍ଷଣ

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ: ପରମାଣୁ ଶକ୍ତି ସମ୍ପନ୍ନ ଅଗ୍ନି-୪ ମିସାଇର ସଫଳ ପରୀକ୍ଷଣ। ସୋମବାର(ଜୁନ ୬) ଭଦ୍ରକ ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୪ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହି ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ। ସାମରିକ ବଳ କମାଣ୍ଡ ନେତୃତ୍ୱରେ ପରୀକ୍ଷଣ ହୋଇଥିବା ଏହି ମିଶାଇଲ୍‌ର ଦୂରଗାମୀ କ୍ଷମତା ୪ ହଜାର କିମି ରହିଛି।

ମିଶାଇଲ ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି "ମଧ୍ୟମଦୂରଗାମୀ ରେଞ୍ଜର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୪ ୭.୩୦ ସମୟରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଲଞ୍ଚ କରାଯାଇଛି।"  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.