ଠାକୁରାଣୀଙ୍କ ସହ କି ସମ୍ପର୍କ ବାଘର ? Mudda
6/06/2018 at 1:04 PM

ଦିର୍ଘ ଗୋଟିଏ ବର୍ଷ ହେବ ହଲଦି ଗାଁ ରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ଆଜି ସକାଳୁ ସାରଦା ମନ୍ଦିର ପାଖରେ ଦେଖିଥିବା ବାଘ ଆହୁରି ଲୋକଙ୍କୁ ଆତଙ୍କିତ କରି ଦେଇଛି | ପ୍ରତ୍ୟେକ ପୂର୍ଣ୍ଣମି ତିଥିରେ ଜଙ୍ଗଲ ଉପରେ ଥିବା ସାରଦା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଚୈତ୍ର ପୂର୍ଣ୍ଣମି ସମୟରେ ନଅ ଦିନ ଧରି ବହୁ ଧୁମଧାମ ରେ ପୂଜା କରାଯାଇଥାଏ | ତେବେ ପ୍ରତ୍ୟେକ ସମୟରେ ସାରଦା ମନ୍ଦିର ପାଖରେ ବାଘ ଦେଖା ଦେଉଥବା ବେଳେ ମନ୍ଦିର ସାଥିରେ ବାଘର କଣ ଲିଙ୍କ ଅଚି ତାହା ଏବେ ଚର୍ଚ୍ଚାର ବିଷୟ | ତେବେ ମନ୍ଦିର ପାଖରେ ବଡ ଗୁମ୍ଫା ରହିଥିବାରୁ ସ୍ଥାନ ଛାଡି ଯାଉନି ବୋଲି କିଛି ଲୋକ ମତ ଦେଇଛନ୍ତି | ବାଘକୁ ଧରିବା ପାଇଁ ବନ ବିଭାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ |
ବାଘ କୁ ନେଇ ହଲଦି ଗାଁ ଲୋକେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବନ ବିଭାଗ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛି | ଆଉ କୌଣସି ଅଘଟଣ ନଘଟୁ ତା ପୂର୍ବରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି |