ମାତିଛି କଲରାପତରିଆ ବାଘ, ପୁଣି ଏକ ବାଛୁରୀକୁ କଲା ଶିକାର
26/03/2023 at 3:11 PM

ନୂଆପଡ଼ା ୨୬।୦୩ : ନୂଆପଡା ଜଙ୍ଗଲରେ ମାତିଛି କଲରାପତରିଆ ବାଘ । ପୁଣି ଥରେ ଏକ ବାଛୁରୀକୁ ମାରିଲା କଲରାପତରିଆ ବାଘ । ଭୟରେ ସ୍ଥାନୀୟ ଲୋକେ ।
ଖବର ଅନୁଯାୟୀ, ଧରମବନ୍ଧା ଥାନା ସିଲେରିବାହାରା ଗାଁର ଜଣେ ବ୍ୟକ୍ତି, ବାଛୁରୀକୁ ଆଜି ସକାଳୁ ଦୁଇଟି ବାଘ ଖାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଏପଟେ ନୂଆପଡା ଧରମବନ୍ଧା ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ।