ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ; ଆଇସିୟୁରେ ଭର୍ତ୍ତି, ସ୍ବାସ୍ଥ୍ୟାବସ୍ଥା ସ୍ଥିର

Published By : Prameya-News7 Bureau | November 18, 2023 IST

ନୂଆପଡ଼ା,୧୮/୧୧: ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଆଇସିୟୁରେ ଭର୍ତ୍ତି ଥିବା ଜଣାପଡ଼ିଛି ।

wp:embed {"url":"https://www.prameyanews7.com/insect-in-mdm-curry-at-chandabali/","type":"wp-embed","providerNameSlug":"prameya-news-7"}
https://www.prameyanews7.com/insect-in-mdm-curry-at-chandabali/
/wp:embed

ବର୍ଷେ ହେଲା ରାଜେନ୍ଦ୍ର ଢୋଲକିଆ ପାଦ ଫ୍ରାକ୍‌ଚର ଜିନିତ ଯନ୍ତ୍ରଣା ଭୋଗୁଥିଲେ । ସେବେ ଠାରୁ ସେ ମନ୍ତ୍ରୀ  ନିୟମିତ ବ୍ୟବଧାନରେ ରାୟପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ମଧ୍ୟ ଉକ୍ତ ହସ୍ପିଟାଲର ଡାକ୍ତର ତାଙ୍କୁ ପାଦର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ଏହି ସର୍ଜରୀ ପାଇଁ ମନ୍ତ୍ରୀ କିଛିଦିନର ସମୟ ମାଗି ଔଷଧ ନେଇ ଘରକୁ ଫେରିଥିଲେ । ମାତ୍ର ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟାରେ ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଅନୁଭବ କରିବା ସହିତ ବାନ୍ତି କରିଥିଲେ। ପରିବାର ଲୋକେ ତାଙ୍କୁ ଖରିଆରରୋଡ଼୍ ସହରର ଜଣେ ଡାକ୍ତରଙ୍କୁ ଡାକି ପ୍ରାଥମିକ ଚିକିତ୍ସା କରିଥିଲେ । ହେଲେ ମନ୍ତ୍ରୀ ଅଧିକ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାୟପୁରର ଏକ ଘରୋଇ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଶ୍ୱାସନଳୀରେ ପାଣି ଜମା ହୋଇଥିବା ଡାକ୍ତର କହିଛନ୍ତି । ମଧ୍ୟାହ୍ନରେ ଶ୍ୱାସନଳୀରୁ ପାଣି କଢ଼ା ଯାଇଛି । ବର୍ତ୍ତମାନ ମନ୍ତ୍ରୀ ଢୋଲକିଆ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.