oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ନୂଆଁଖାଇ ପାଇଁ ବଲାଙ୍ଗୀର ଚଳଚଞ୍ଚଳ : ଇଷ୍ଟଦେବୀଙ୍କୁ ଲାଗିହେବ ନବାନ୍ନ, ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହକିବ ଘର

11/09/2021 at 8:44 AM

ବଲାଙ୍ଗୀର, ୧୧।୦୯ :  ଆଜି ନୂଆଁଖାଇ। ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ  ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ।

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ପାଳିତ ହୋଇଥାଏ ଏହି ନୂଆଁଖାଇ । ସମଗ୍ର ଜିଲ୍ଲାପାଳୁଛି ପର୍ବ। ପୂର୍ବ ନିର୍ଦ୍ଧାରିତ ସମୟ ଯାହା ୧୦ ଘଣ୍ଟା ୧୯ ମିନିଟ ରୁ ୧୦ ଘଣ୍ଟା ୪୦ ମିନିଟ ସମୟ ମଧ୍ୟରେ ବଲାଙ୍ଗୀର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀ , ମାଁ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗୀ ହେବା ପରେ। ଘରେ ଘରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗୀ କରିଥାନ୍ତି। ସେପଟେ ଚାଷୀ ନିଜ ଖେତକୁ ଯାଇ ସେଠାରେ ପୂଜାର୍ଚନା କରିବା ସହ ଖେତରୁ ଆସି ଘରେ ମୂଜା କରିବା ପରେ ଘରର ବୈଜଷ୍ଠ ବ୍ୟକ୍ତିଙ୍କ ଠାରୁ ନେଇ  ନୂଆଁ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି ସମସ୍ତେ।

ଏହା ପରେ ସମସ୍ତେ ଜୁହାର ଭେଟ ହେବାର ରହିଥାଏ କାର୍ଯ୍ୟକ୍ରମ। ତା ସହ ଘରେ ଘରେ ନାନା ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ରନ୍ଧା ହୋଇଥିବା ବେଳେ ପରିବାର ସଭିଏଁ ଏକାଠି ବସି ଖାଇଥାନ୍ତି। ଯାହା କି ଏକ ନିଆରା ପରମ୍ପରା ରହିଆସିଛି। ଖାଇବା ପରେ ଗାଁ ରେ ହଉ କି ସହରରେ ସମସ୍ତେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହ ଜମିଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ। ହେଲେ କରୋନା ଗାଇଡ ଲାଇନ ଅନୁଯାଇ ନୂଆଁଖାଇକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି।  

   Related Posts