ବିନିକାରେ କପିଳେଶ୍ବର ମନ୍ଦିରରେ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ
8/09/2023 at 12:20 PM

ବିନିକା ୮।୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରରେ ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି । ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଣ୍ଡିତ ଭାସ୍କର ପୁରୋହିତ ନୂଆଖାଇ ଲଗ୍ନ ଧାର୍ଯ୍ୟ ଘୋଷଣା କରିଥିଲେ ।

ଆସନ୍ତା ସେପ୍ଟମ୍ବର ୨୦ ତାରିଖ ଦିନ ୧୦.୪୧ମିନିଟ୍ରୁ ୧୧.୧୧ମିନିଟ୍ ମଧ୍ୟେ ବିଛା ଚନ୍ଦ୍ରେ, ବିଶାଖା ନକ୍ଷତ୍ର ବିସ୍ମୟ ଯୋଗେ ବୃଷ୍ଟିକ ଲଗ୍ନେ ତୁଳା ଏବଂ ବର୍ଗୋତମ୍ ନବାନ୍ନେ ବାଲବ କରଣେ ଏବଂ ବିଧୈ ସମସ୍ତ ଶୁଭ ଯୋଗେ ଅମୃତ ବେଳାରେ ବାବା କପିଳେଶ୍ୱର ଓ ମା’ ଚରଦେଇଙ୍କ ପୀଠରେ ନବାନ୍ନ ଭୋଗ ଅର୍ପଣ ଶୁଭ ବୋଲି ସମୟ ନିର୍ଘଣ୍ଟ ହୋଇଛି । ପରେ ଗ୍ରାମର ଦେବାଦେବୀ ଓ ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରିପାରିବେ ।
You Can Read :