ଗୋଷ୍ଠି ସଂଘର୍ଷ ପାଇଁ ବନ୍ଦ ହେଲା ନାଏବ ସରପଞ୍ଚ ନିର୍ବ।ଚନ

Published By : Prameya-News7 Bureau | March 11, 2022 IST

ଉଦଳା ୧୧/୦୩ : ବନ୍ଦ ରହିଲା ନାଏବ ସରପଞ୍ଚ ନିର୍ବ।ଚନ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ନିର୍ବ।ଚନକୁ ବନ୍ଦ କରାଯାଇଛି । ଏଭଳି ଘଟଣା ଉଦଳା ବ୍ଲକ ନୂଆଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ନୂଆଗାଁ ପଞ୍ଚାୟତରେ ୧୧ଟି ୱାର୍ଡ ରହିଥିବା ବେଳେ ଆଜି ନାଏବ ସରପଞ୍ଚ ନିର୍ବ।ଚନ ଅନୁଷ୍ଠିତ ହେଉଥିଲା। ଏଠାରେ ପଞ୍ଚାୟତ ନିର୍ବ।ଚନରେ ଚନ୍ଦ୍ରମୋହନ ପରିଆଳ ସରପଂଚ ଭାବେ ନିର୍ବ।ଚିତ ହୋଇଥିବା ବେଳେ ସେ ୫ ଜଣ ୱାର୍ଡସଭ୍ୟଙ୍କୁ ଧରି ନିର୍ବ।ଚନ ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ବିପକ୍ଷରେ ରହିଥିବା ପ୍ରାର୍ଥୀ ଜିତିବା ପାଇଁ ୬ଜଣ ୱାର୍ଡସଭ୍ୟଙ୍କୁ ନିଜ ସମର୍ଥକ ଭାବେ ରଖିଥିଲେ ।

ହେଲେ ଆଜି ନିର୍ବ।ଚନ ସମୟରେ ନୂଆଘାଁ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ୩ ଜଣ ୱାର୍ଡସଭ୍ୟଙ୍କୁ ତାଙ୍କ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ସୁଯୋଗ ଦିଆ ଯାଇ ନଥିଲା। ସେମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରରୁ ବାହାର କରି ଦିଆ ଯାଇଥିଲା ।ଫଳରେ ଏଥିପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହିତ ମାରପିଟ କରିଥିଲେ। ଦୀର୍ଘ ସମୟ ଧରି ଏଠାରେ ଚାପା ଉତ୍ତେଜନା ଲାଗି ରହିଥିଲା । ଏ ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଶେଷରେ ଏହି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବ।ଚନକୁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.