ସ୍ୱାଭିମାନ ଅଞ୍ଚଳରେ ନୂଆ 'ଓ' କାର୍ଯ୍ୟକ୍ରମ, ଯୁବପୀଢୀଙ୍କୁ ଉତ୍ସାହୀତ କରିବେ 5-T ଅଧ୍ୟକ୍ଷ

Published By : Prameya-News7 Bureau | March 05, 2024 IST

ମାଲକାନଗିରି ୦୫/୦୩: ମାଲକାନଗିରି ଜିଲ୍ଲାରେ ଆଜି ନୂଆ 'ଓ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ନା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଭୁବନେଶ୍ବରରୁ ବିମାନରେ ଆସି ମାଲକାନଗିରି ଏୟାର୍‌ପୋର୍ଟରେ ଓହ୍ଲାଇବେ ପରେ ହେଲିକେପ୍ଟର ଯୋଗେ ମାଲକାନଗିରି ଷ୍ଟାଡିୟମକୁ ଯିବେ ।

ସୂଚନା ଥାଉକି, ଯୁବପୀଢୀଙ୍କୁ ଉତ୍ସାହିତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମାଲକାନଗିରି ପରେ 5-T ଅଧ୍ୟକ୍ଷ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ଯୁବଗୋଷ୍ଠୀଙ୍କୁ ପ୍ରତିଭା ପରିପ୍ରକାଶ ପାଇଁ ମିଳୁଛି ସୁଯୋଗ। ଆଜି ସେହି ପରିପ୍ରକ୍ଷୀରେ ନୂଆ-ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରିଛି ନୂଆ ଉତ୍ସାହ ଭରିବ ବୋଲି ଆଶା ରଖାଯାଇଛି ।

you can also read..

wp:embed {"url":"https://www.prameyanews7.com/pandian-visit-in-kalahandi-and-bolangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pandian-visit-in-kalahandi-and-bolangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.