ଦୁଇ ସାହାସୀ ପିଲାଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ବାଲାଜୀ ସାହୁ

Published By : Prameya-News7 Bureau | February 07, 2020 IST

ଜୟପୁର ୦୭।୦୨  କେନାଲରେ ଭାସିଯାଉଥିବା ବେଳେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୨ ନାବାଳକ । ଘଟଣା ଜୟପୁରର । ଦୁଇ ସାହାସୀ ପିଲାଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ବାଲାଜୀ ସାହୁ । ଆଉ ଏଥିପାଇଁ ଜୟପୁର ଟାଉନ ପୋଲିସ ତରଫରୁ ଏମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ପାଣିର ପ୍ରଖର ସ୍ରୋତ । ଜୟପୁର ଗାନ୍ଧୀ ଛକ ନିକଟ କେନାଲରେ ଭାସୁଥିଲେ ଜଣେ ଲେ।କ । ଆଖି ଆଗରେ ଜଣେ ଭାସିଯାଉଥିଲେ ବି ପାଣି ଭିତରକୁ ପଶିବାକୁ ସାହାସ ଜୁଟାଇ ପାରିନଥିଲେ ଉପସ୍ଥିତ ଲେ।କ । ଏତିକି ବେଳେ ଆଗପଛ ଚିନ୍ତା ନକରି ପାଣି ଭିତରକୁ କୁଦା ମରିଥିଲେ ୧୭ ବର୍ଷୀୟ ସଞ୍ଜୟ ପୂଜାରୀ ଓ କିସାନ ମାଝି । ଜୀବନକୁ ବାଜି ଲଗାଇ ଆଉ ଭାସି ଯାଉଥିବା ବାଲାଜୀ ସାହୁଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।ଉଦ୍ଧାର ହେବା ପରେ ବାଲାଜୀ ସାମାନ୍ୟ ଅସୁସ୍ଥ ହେ।ଇପଡିଥିଲେ । ଏହି ଦୁଇ ଯୁବକ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ପରେ ଘରେ ଛାଡି ଆସିଥିଲେ ।

ସବୁ ଦିନ ଭଳି ବାଲାଜୀ ସାହୁ ପ୍ରାତଃ ଭ୍ରମଣରେ ପୁରୁଣାଗଡ ରାସ୍ତାରେ ଯାଉଥିଲେ।ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ କେନାଳ ନିକଟରେ ବସି ପଡିଥିଲେ।ପରେ କେନାଲ ମଧ୍ୟକୁ ଖସି ଭାସି ଯାଇଥିଲେ।ତେବେ ଏହି ଦୁଇଯୁବକଙ୍କ ସାହାସ ଯେ।ଗୁଁ ଆଜି ନୂଆ ଜୀବନ ପାଇଛନ୍ତି ବାଲାଜୀ ।ଏଥିପାଇଁ ଦୁଇ ଯୁବକଙ୍କୁ ଧନ୍ୟବାଦ ଦେଇଛନ୍ତି ସେ ।ସେପଟେ ଏମାନଙ୍କ ଏପରି ସାହାସିକତା ପାଇଁ ଜୟପୁର ଟାଉନ ପୋଲିସ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.