LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫ୍ୟାନ୍ସଙ୍କୁ ଝଟକା ଦେଲେ RRR ଷ୍ଟାର ଏନଟିଆର ! କହିଲେ-ଆଉ କରିବି ନାହିଁ ଫିଲ୍ମ

22/03/2023 at 8:13 AM

ମୁମ୍ଵାଇ ୨୨।୦୩: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର। ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହା ପୂର୍ବରୁ ବେଷ୍ଟ ଓରିଜାଲ ସଙ୍ଗ କାଟାଗରୀରେ ‘ନାଟୁ ନାଟୁ’ ଗୀତ ପାଇଁ ତାଙ୍କ ଚଳଚ୍ଚିତ୍ର ‘ଆରଆରଆର’ ୯୫ ତମ ଏକାଡେମୀ ଆୱାର୍ଡରେ ଓସ୍କାର ଜିତିଛି। ଏଥିପାଇଁ ସେ ତାଙ୍କର ଚାରିଆଡେ ପ୍ରଶଂସା କରାଯାଉଛି। ଏହି ସମୟରେ ଅଭିନେତା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି । ନିକଟରେ ଅଭିନେତା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଯେଉଁଠାରେ ସେ ପ୍ରଶଂସକମାନଙ୍କୁ କହିଥିଲେ, ବର୍ତ୍ତମାନ ସେ ଫିଲ୍ମ ସାଇନ କରିବା ବନ୍ଦ କରିଦେବେ।
ହେଲେ ଅଭିନେତା ଏଭଳି କାହିଁକି କହିଲେ । ତାହା ତାଙ୍କ ସମସ୍ତ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି।

ହାଇଦ୍ରାବାଦର ଏକ ଇଭେଣ୍ଟରେ ପ୍ରଶଂସକମାନେ ଫିଲ୍ମ ବିଷୟରେ ଏନ୍‌ଟିଆରଙ୍କୁ ବାର ବାର ପ୍ରଶ୍ନ କରୁଥିଲେ। ଯେଉଁଥିରେ ଅଭିନେତା କହିଛନ୍ତି ମୁଁ କୌଣସି ଫିଲ୍ମ କରୁନାହିଁ ଏବଂ ଯଦି ଆପଣ ବାରମ୍ବାର ପଚାରନ୍ତି, ମୁଁ ଫିଲ୍ମ କରିବା ବନ୍ଦ କରିଦେବି। ସେ ହସି ହସି ଏଭଳି କହୁଥିବା ନଜର ଆସିଥିଲେ। ପରେ ଅଭିନେତା କହିଥିଲେ ଯେ ସେ ଥଟ୍ଟା କରୁଛନ୍ତି ଏବଂ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ।ଏହା ସହ ସେ ଆଗକୁ ମଧ୍ୟ ଫିଲ୍ମ କରିବା ଜାରି ରଖିବେ ବୋଲି କହିଛନ୍ତି। ହେଲେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି।

Jr NTR କୋରାଟାଲା ସିଭାଙ୍କ ସହିତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରରେ ଜାନଭୀ କପୁର ନଜର ଆସିବେ। ଏହା ତାଙ୍କର ତେଲୁଗୁ ଡେବ୍ୟୁକୁ ଚିହ୍ନିତ କରିବ । ଶୁଣିବାକୁ ମିଳିଛି କି ୫ ଏପ୍ରିଲ ୨୦୨୪ରେ ମୁକ୍ତିଲାଭ କରିବାର ରହିଛି।

   Related Posts