NTAGIର ସୁପାରିଶ, ୮ରୁ ୧୬ ସପ୍ତାହ ମଧ୍ୟରେ ଦିଆଯିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌

Published By : Prameya-News7 Bureau | March 20, 2022 IST

ନୂଆଦିଲ୍ଲୀ, ୨୦/୦୩: ଦେଶରେ କୋଭିଡ୍‌ ବିରୋଧରେ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ନାସ୍‌ନାଲ୍‌ ଟେକ୍ନିକାଲ୍ ଆଡ୍‌ଭାଇଜାରି ଗ୍ରୁପ୍‌ ଅଫ୍‌ ଅମ୍ୟୁନାଇଜେସନ୍‌ ବା NTAGI କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ୮ ରୁ ୧୬ ସପ୍ତାହ ଭିତରେ ନେବା ପାଇଁ ସୁପାରିଶ କରିଛି । ଏହା ପୂର୍ବରୁ ଦୁଇ ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ଗ୍ୟାପ୍‌ ରହିଥିଲା । ଏହି ନିଷ୍ପତ୍ତି ପରେ ଦେଶରେ ଦ୍ରୁତ ଟିକାକରଣ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ରିପୋର୍ଟ ମୁତାବିକ ଟିକାକରଣକୁ ନେଇ ରାଷ୍ଟ୍ରୀୟ ଟେକ୍‌ନିକ୍‌ ପରାମର୍ଶଦାତା ସମୂହ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ବାୟୋଟେକ୍‌ର କୋ-ଭ୍ୟାକ୍‌ସିନ୍‌ର ସାରଣୀରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଯାହାର ଦ୍ୱିତୀୟ ଡୋଜ୍‌ ପ୍ରଥମ ଡୋଜ୍‌ ନେବାର ୨୮ ଦିନ ଭିତରେ ଦିଆଯାଏ ।  ତଥାପି, କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟକ୍ରମରେ କୋଭିଶିଲ୍ଡର ସୁପାରିଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ବାକି ରହିଛି । ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, NTAGIର ସର୍ବଶେଷ ସୁପାରିଶ, ପ୍ରୋଗ୍ରାମେଟିକ୍ ତଥ୍ୟରୁ ମିଳିଥିବା ବିଶ୍ୱସ୍ତରୀୟ ବୈଜ୍ଞାନିକ ସାକ୍ଷର ପ୍ରମାଣ ଉପରେ ଆଧାରିତ ।

ତେବେ ତଥ୍ୟ ମୁତାବିକ ଯେତେବେଳେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‌ ୮ ସପ୍ତାହ ପରେ ଦିଆଯିବ, ସେତେବେଳେ ଏଥିରୁ ଉତ୍ପନ୍ନ ଆଣ୍ଟିବଡି ପ୍ରତିକ୍ରିୟା ପାଖାପାଖି ୧୨ ରୁ ୧୬ ସପ୍ତାହ ପରେ ଦିଆଯାଉଥିବା ଡୋଜ୍‌ ସହିତ ସମାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.